କନକ ବ୍ୟୁରୋ : ଆଜାଦ ସମାଜ ପାର୍ଟି (ଭୀମ ଆର୍ମି) ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଉତ୍ତର ପ୍ରଦେଶର ସହାରନପୁର ନିକଟରେ ଏହି ଆକ୍ରମଣ ହୋଇଛି  । କିଛି ଅସାମାଜିକ ଲୋକ ଚନ୍ଦ୍ରଶେଖରଙ୍କ ଉପରକୁ ଗୁଳି ଚଳାଇଛନ୍ତି । ଆକ୍ରମଣ ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଚନ୍ଦ୍ରଶେଖରଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଛି । ସଦ୍ୟ ସୂଚନା ମୁତାବକ ଚନ୍ଦ୍ରଶେଖର ଆଜାଦଙ୍କ ଅଣ୍ଟାରେ ଗୁଳି ବାଜିଛି ।

Advertisment

ଚନ୍ଦ୍ରଶେଖରଙ୍କ ଉପରେ ଆକ୍ରମଣ ହେବା ପରେ ପାର୍ଟି ତରଫରୁ ଏକ ଟ୍ୱିଟ କରାଯାଇଛି । ଏଥିରେ ଲେଖାଯାଇଛି କି ବହୁଜନ ଆନ୍ଦୋଳନକୁ ଚପାଇଦେବାକୁ ଏଭଳି ଆକ୍ରମଣ କରାଯାଇଛି । ଏହାସହ ପାର୍ଟି ତରଫରୁ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରାଯାଇଛି ।