କନକ ବ୍ୟୁରୋ: ପୋଲିସ ଫାଣ୍ଡି ସମ୍ମୁଖରେ ମରଣାନ୍ତକ ଆକ୍ରମଣ ଅଭିଯୋଗ । ବାଲେଶ୍ୱର ଜିଲ୍ଲା ଇଶ୍ୱରପୁର ଫାଣ୍ଡି ସମ୍ମୁଖରେ ଦମ୍ପତ୍ତିଙ୍କୁ କିଛି ଦୁର୍ବୃତ ଠେଙ୍ଗା ଓ ଇଟାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଦମ୍ପତିଙ୍କୁ ଗୁରୁତର ଅବସ୍ଥାରେ ଇଶ୍ୱରପୁର ମେଡିକାଲରେ ଭର୍ତି କରାଯାଇଛି୍ । ଏତଲା ପରେ ଇଶ୍ୱରପୁର ଫାଣ୍ଡି ଓ ନୀଳଗିରି ପୋଲିସ ମାମଲରା ତଦନ୍ତ ଚଳାଇଛନ୍ତି । ସୂଚନା ଅନୁସାରେ ଆଜି ସକାଳେ ବାହାବଳପୁର ଗାଁର ହରେକୃଷ୍ଣ ଧାଉଁଡିଆଙ୍କ ଜମିବାଡି ବିବାଦକୁ ନେଇ ପଡୋଶୀଙ୍କ ସହ ଝଗଡା ହୋଇଥିଲା । ଏନେଇ ହରେକୃଷ୍ଣ ଓ ତାଙ୍କ ସ୍ତ୍ରୀ ଏତଲା ଦେବାକୁ ଇଶ୍ୱରପୁର ଫାଣ୍ଡିକୁ ଆସିଥିଲେ । ହେଲେ ଏତଲା ଦେଇ ଫେରିବା ବେଳେ ଫାଣ୍ଡି ସମ୍ମୁଖରେ ୧୦ରୁ ୧୫ ଜଣ ଦୁର୍ବୃତ ଦଂପତିଙ୍କୁ ଠେଙ୍ଗା ଓ ଇଟାରେ ମରଣାନ୍ତକ ଆକ୍ରମଣ କରିଥିଲେ । ଖବର ପାଇ ଫାଣ୍ଡି ଅଧିକାରୀ ଦମ୍ପତିଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତି କରିଛନ୍ତି । ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି ।
ପୋଲିସ ଫାଣ୍ଡି ସମ୍ମୁଖରେ ମରଣାନ୍ତକ ଆକ୍ରମଣ ଅଭିଯୋଗ । ଠେଙ୍ଗା ଓ ଇଟାରେ ଦମ୍ପତ୍ତିଙ୍କୁ ଆକ୍ରମଣ ।
/kanak/media/post_attachments/wp-content/uploads/2023/11/Screen-Shot-2023-11-20-at-3.36.33-PM.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)