ଭାଇରସ୍ ର ନାଁ ଶୁଣୁ ଶୁଣୁ ଆମ ମନରେ କେତେ ପ୍ରକାରର ରୋଗ ଆସିଯାଏ । ଦୁନିଆରେ ଭାଇରସ୍ ଡର କାହାଠାରୁ ବି ଅଛପା ନାହିଁ । ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ଭାଇରସ୍ ଦୁନିଆରେ ନିଜର ପ୍ରକୋପ ଦେଖାଇସାରିଛି । ଏହି ଭାଇରସ୍ ଗୁଡିକ ବୈଜ୍ଞାନିକଙ୍କ ଠାରୁ ଆରମ୍ଭ କରି ଡାକ୍ତରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ନାକେଦମ୍ କରିସାରିଛି । ଏମାନଙ୍କ ମଧ୍ୟରୁ କିଛି ଭାଇରସ୍ ବହୁତ ବିପଦଜନକ ରହିଛି, ଯାହାକୁ ମୃତ୍ୟୁର ସୈାଦାଗର କହିବା ବି ଭୁଲ ହେବନି । ଏହି ସମୟରେ ଦେଶରେ ଏମିତି ଏକ ଭାଇରସ୍ ତାହାର ପ୍ରକୋପ ବଜାୟ ରଖିଛି । କେରଳରେ ନିପା ଭାଇରସ କାରଣରୁ ଅନେକ ଲୋକଙ୍କ ଜୀବନ ଯାଇସାରିଛି । ଏହା ପୂର୍ବରୁ ଏମିତି କିଛି ଭାଇରସ୍ ଚିକିତ୍ସା ବିଜ୍ଞାନ ପାଇଁ ବଡ ଚ୍ୟାଲେଂଜ ହୋଇସାରିଛି ।
ଜିକା ଭାଇରସ୍ : ୨୦୧୭ରେ ଏହି ଭାଇରସ୍ ଭାରତରେ ନିଜର ପ୍ରକୋପ ଦେଖାଇସାରିଛି । ଏହି ଭାଇରସ୍ କାରଣରୁ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଗୁଜରାଟ ର ଅହମଦାବାଦରୁ ମଶା ଜନିତ ଜିକା ଭାଇରସ୍ ଭାରତରେ ଧରା ପଡିଥିଲା । ଏହି ଭାଇରସ୍ ର କୈାଣସି ଟିକା ଉପଲବ୍ଧ ନାହିଁ ।
ଇବୋଲା ଭାଇରସ୍ : ବର୍ଷ ୨୦୧୪ରେ ଇବୋଲା ଭାଇରସ୍ ଭାରତରେ ପ୍ରଭାବରେ ଆସିଥିଲା । ଏହି ରୋଗରେ ଶରୀରରେ ଶିରାପ୍ରଶିରାରୁ ରକ୍ତ ବାହାରିବା ଆରମ୍ଭ ହୋଇଯାଏ ଏବଂ ଆଭ୍ୟନ୍ତରୀଣ ରକ୍ତ ପ୍ରବାହ ଯୋଗୁଁ ମଣିଷର ବଂଚିବା ପାଖାପାଖି ଅସମ୍ଭବ ହୋଇଯାଏ । ସର୍ବପ୍ରଥମେ ଏହି ଭାଇରସ୍ ର ଚିହ୍ନଟ ଆଫ୍ରିକାରେ ହୋଇଥିଲା ।
ଡେଙ୍ଗୁ : ମଶା କାମୁଡିବା ଦ୍ୱାରା ବ୍ୟାପୁଥିବା ଭାଇରସ୍ ଅନେକ ଥର ନିଜର ପ୍ରକୋପ ଦେଖାଇସାରିଛି । ଏଥିରେ ପୀଡିତ ବ୍ୟକ୍ତିଙ୍କ ପ୍ଲେଟଲେଟସ୍ ଦ୍ରୁତ ଗତିରେ କମିବାକୁ ଲାଗେ । କିଛି ଟା ସ୍ଥାନରେ ବ୍ୟକ୍ତିର ମୃତ୍ୟୁ ବି ହୋଇଯାଏ । ଯଦି ସମୟ ଥାଉ ଥାଉ ଉପଯୁକ୍ତ ଚିକିତ୍ସା ମିଳେ, ତେବେ ଡେଙ୍ଗୁ ଠାରୁ ବଂଚିବା ସମ୍ଭବ ।
ନିପା ଭାଇରସ୍ : ଆଜିର ସମୟରେ କେରଳରେ ଏହି ଭାଇରସ୍ ବ୍ୟାପିଛି । ଏହା କାରଣରୁ ଅନେକ ଲୋକଙ୍କ ଜୀବନ ଯାଇସାରିଛି । ସର୍ବପ୍ରଥମେ ବର୍ଷ ୧୯୯୮ରେ ମାଲେସିଆର ନିପା ନାମକ ସହରରେ ଏହି ଭାଇରସ୍ ଘୁଷୁରୀ ଜରିଆରେ ବ୍ୟାପିଥିଲା । ଘୁଷୁରୀ ବ୍ୟତୀତ ଏହି ଭାଇରସ୍ ବାଦୁଡି ଦ୍ୱାରା ମଧ୍ୟ ବ୍ୟାପେ । ଏଥିରେ ବ୍ୟକ୍ତିଙ୍କୁ ପ୍ରଖର ଜ୍ୱର ଓ ମୁଣ୍ଡବ୍ୟଥା ହୁଏ । ଏପର୍ଯ୍ୟନ୍ତ ଏହି ରୋଗର ଚିକିତ୍ସା ପଦ୍ଧତି ବହାରିପାରିନି ।
ବାର୍ଡ ଫ୍ଲୁ : ଏହି ଭାଇରସ୍ ବି ସମୟ ସମୟରେ ସକ୍ରିୟ ହୋଇ ନିଜର ପ୍ରକୋପ ଦେଖାଏ । ଏହାର କବଳରେ ଆସୁଥିବା ୭୦ ପ୍ରତିଶତ ଲୋକଙ୍କ ମୃତ୍ୟୁ ହୋଇଥାଏ । ଏସିଆରେ ଚିକେନ୍ ର ସଂସ୍ପର୍ଶରେ ଲୋକ ଅଧିକ ଆସନ୍ତି, ସେଥିପାଇଁ ଏଠି ଏହି ଭାଇରସ୍ ଅଧିକ ବ୍ୟାପେ ।
ଏଚଆଇଭି ଭାଇରସ୍ : ଅସୁରକ୍ଷିତ ଯୈାନ ସମ୍ବନ୍ଧ, ସଂକ୍ରମିତ ଇଂଜେକ୍ସନର ପ୍ରୟୋଗ ଦ୍ୱାରା ଏହି ଭାଇରସ୍ ଆପଣଙ୍କ ଶରୀରକୁ ଆସିପାରେ । ଆନୁମାନିକ ହିସାବରେ ୩୬ ମିଲିୟନ ଲୋକ ଏହି ରୋଗର ଶିକାର ହୋଇସାରିଛନ୍ତି । ଏହା ମଣିଷର ଜୀବନ ନେଉଥିବା ସବୁଠାରୁ ବଡ ଭାଇରସ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/06/virus-1913183_960_720_0.jpeg)
/kanak/media/post_attachments/wp-content/uploads/2018/06/Zika-Virus-300x152.png)
/kanak/media/post_attachments/wp-content/uploads/2018/06/1-13-300x183.jpg)
/kanak/media/post_attachments/wp-content/uploads/2018/06/5b06abbd9539b_big-300x190.jpg)
/kanak/media/post_attachments/wp-content/uploads/2018/06/201805232201243210_advisory-for-not-travelling-to-four-districts-of-Kerala_SECVPF-300x225.jpg)
/kanak/media/post_attachments/wp-content/uploads/2018/06/Bird-flu-outbreak-Symptoms-of-human-infections-with-bird-flu-viruses-744636-300x178.jpg)
/kanak/media/post_attachments/wp-content/uploads/2018/06/main-qimg-dd2d36cb770071d9b722ff87afa29617-300x177.jpg)