ମିଳିଲାନି ଚାରିକାନ୍ଧ, ଟ୍ରଲିରେ ବୁହାହେଲା ଶବ । ସଂକ୍ରମଣ ଭୟରେ ଛୁଇଁଲେନି ସାହି ପଡ଼ିଶା, ଶ୍ମଶାନ ଯାଏଁ ଟ୍ରଲିରେ ଶବ ବୋହିନେଲେ ଦଶମ ଶ୍ରେଣୀର ଛାତ୍ର ।

176

କନକ ବ୍ୟୁରୋ : ମରିଗଲା ମାନବିକତା । ସଂକ୍ରମଣ ଭୟରେ ଶବକୁ କେହି ଛୁଇଁଲେନି  । ଶ୍ମଶାନ ଯିବାକୁ ଚାରିକାନ୍ଧ ନମିଳିବାରୁ ଟ୍ରଲିଲେ ବୁହାହେଲା ଶବ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି  ଗଂଜାମ ପାତ୍ରପୁର ବ୍ଲକ ପାତ୍ରପୁର ଗାଁରେ । ଯେଉଁଠି ଜଣେ ଦଶମ ଶ୍ରେଣୀର ଛାତ୍ର ଟ୍ରଲିରେ ଶବ ନେଉଥିବାର ଦେଖିବାକୁ ମିଳିଛି ।

ପାତ୍ରପୁର ଗାଁର ଚନ୍ଦ୍ର ଶେଖର ମହାନ୍ତି ନାମକ ଜଣେ ବ୍ୟକ୍ତି କିଛି ଦିନ ହେଲା ଅସୁସ୍ଥ ଥିଲେ । ଗୁରୁତର ହେବାରୁ ତାଙ୍କୁ ପାତ୍ରପୁର ମେଡ଼ିକାଲରେ ଭର୍ତି କରାଯାଇଥିଲା । ତାଙ୍କର ଅକ୍ସିଜେନ ସ୍ତର କମିବା ସହ ଅଳ୍ପ ସମୟ ଭିତରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ କରୋନା ଭୟରେ ତାଙ୍କ ଶବକୁ କେହି ଛୁଇଁନଥିଲେ । କି ଅନ୍ତିମ ସଂସ୍କାରରେ ସାମିଲ ହେବାକୁ କେହି ଆଗେଇ ଆସିନଥିଲେ । ଶେଷରେ ଏକ ଟ୍ରଲି ସାହାଯ୍ୟରେ ଶବକୁ ଶ୍ମଶାନ ଯାଏଁ ନେବାକୁ ସାହସ କରିଥିଲେ ମୃତକଙ୍କ ପୁତୁରା ।

ତେବେ ଏହି ଘଟଣା ବାବଦରେ ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ଜାଣିବା ପରେ ପିପିଇ କିଟ୍ ପିନ୍ଧି ସେମାନେ ଅନ୍ତିମ ସଂସ୍କାର କରିବାକୁ ଆଗେଇ ଆସିଥିଲେ । ଆଉ ମୃତକଙ୍କ ପୁତୁରାକୁ ଶବଦାହରେ ସହଯୋଗ କରିଥିଲେ  ।