ଦୁର୍ଘଟଣା ପରେ ୨ ଦିନ ହେବ ନିଖୋଜ ଯୁବକଙ୍କ ମିଳିଲା ମୃତଦେହ । କିପରି ହେଲା ମୃତ୍ୟୁ ବଢୁଛି ସନ୍ଦେହ ।

ଦୁଇ ଦିନ ହେଲାଣି ଯୁବକ ନିଖୋଜ । ନଦୀରେ ଖୋଜୁଛନ୍ତି ପୋଲିସ ଓ ଅଗ୍ନିଶମ ବାହିନୀ

କନକ ବ୍ୟୁରୋ : ଦୁର୍ଘଟଣା ପରେ ଦୁଇ ଦିନ ହେବ ନିଖୋଜ ଯୁବକଙ୍କ ମିଳିଲା ମୃତଦେହ । ପୁରୀ ବାଲିଘାଇ ନୂଆନଈ ନିକଟରୁ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ । କିପରି ହେଲା ମୃତ୍ୟୁ ବଢୁଛି ସନ୍ଦେହ । ଜଣକୁ ଅଟକ ରଖି ପୋଲିସର ପଚରାଉଚରା । ପୁରୀ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗଡ଼ମୃଗଶିର ଅଞ୍ଚଳରେ ଏହି ଘଟଣା ଘଟିଥିଲା ।

ସୂଚନା ମୁତାବକ ଗତ ଶନିବାର ରାତିରେ ଗଣମୃଗଶିର ବ୍ରିଜ୍ ନିକଟରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣାସ୍ଥଳରେ ବାଇକ ସହ ଜଣେ ଯୁବକ ପଡିଥିବା ଦେଖିଥଲେ ସ୍ଥାନୀୟ ଲୋକେ । ହେଲେ ବାଇକ ମିଳିଥିଲେ ମଧ୍ୟ ଯୁବକଙ୍କ ପତା ମିଳିନଥିଲା । ମୃତ ଯୁବକ ବ୍ରହ୍ମଗିରି ବ୍ଲକ ସାନବନ୍ଧକେରା ଗ୍ରାମର ଚିତରଞ୍ଜନ ପଲାଇ । ନିଖୋଜ ପରେ ପାଖରେ ଥିବା ନୂଆ ନଦୀରେ ଅଗ୍ନିଶମ ବାହିନୀ ଖୋଜାଖୋଜି ଚଳାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe