କନକ ବ୍ୟୁରୋ : ଦୁର୍ଘଟଣା ପରେ ଦୁଇ ଦିନ ହେବ ନିଖୋଜ ଯୁବକଙ୍କ ମିଳିଲା ମୃତଦେହ । ପୁରୀ ବାଲିଘାଇ ନୂଆନଈ ନିକଟରୁ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ । କିପରି ହେଲା ମୃତ୍ୟୁ ବଢୁଛି ସନ୍ଦେହ । ଜଣକୁ ଅଟକ ରଖି ପୋଲିସର ପଚରାଉଚରା । ପୁରୀ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗଡ଼ମୃଗଶିର ଅଞ୍ଚଳରେ ଏହି ଘଟଣା ଘଟିଥିଲା ।
ସୂଚନା ମୁତାବକ ଗତ ଶନିବାର ରାତିରେ ଗଣମୃଗଶିର ବ୍ରିଜ୍ ନିକଟରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣାସ୍ଥଳରେ ବାଇକ ସହ ଜଣେ ଯୁବକ ପଡିଥିବା ଦେଖିଥଲେ ସ୍ଥାନୀୟ ଲୋକେ । ହେଲେ ବାଇକ ମିଳିଥିଲେ ମଧ୍ୟ ଯୁବକଙ୍କ ପତା ମିଳିନଥିଲା । ମୃତ ଯୁବକ ବ୍ରହ୍ମଗିରି ବ୍ଲକ ସାନବନ୍ଧକେରା ଗ୍ରାମର ଚିତରଞ୍ଜନ ପଲାଇ । ନିଖୋଜ ପରେ ପାଖରେ ଥିବା ନୂଆ ନଦୀରେ ଅଗ୍ନିଶମ ବାହିନୀ ଖୋଜାଖୋଜି ଚଳାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/12/missing.jpg)