ମିଳିଲା ବାଙ୍କିର ତାଳବସ୍ତପାଟଣା ଗାଁରେ ନିଖୋଜ ଶିଶୁର ମୃତଦେହ ! ଘର ପଛପଟ କୂଅରୁ ମିଳିଲା ଶବ, କାଲି ଶିଶୁକୁ ଟେକିନେଇଥିଲା ମାଙ୍କଡ

Advertisment
ମିଳିଲା ବାଙ୍କିର ତାଳବସ୍ତପାଟଣା ଗାଁରେ ନିଖୋଜ ଶିଶୁର ମୃତଦେହ ! ଘର ପଛପଟ କୂଅରୁ ମିଳିଲା ଶବ, କାଲି ଶିଶୁକୁ ଟେକିନେଇଥିଲା ମାଙ୍କଡ

କନକ ବ୍ୟୁରୋ: ବାଙ୍କୀ ତାଳବସ୍ତପାଟଣା ଗାଁରେ ନିଖୋଜ ଶିଶୁର ମୃତଦେହ ମିଳିଛି । ଘର ପଛପଟ କୂଅରେ ପଡିଛି ଶବ । ବାଙ୍କୀ ତାଳବସ୍ତା ଗାଁ ପାଟଣାସାହିରେ ଗତକାଲି ସକାଳୁ ଶିଶୁକୁ ଉଠାଇନେଇଥିଲା ମାଙ୍କଡ । ଗତକାଲି ସକାଳ ପ୍ରାୟ ୬ଟା ବେଳେ ଘରେ ସମସ୍ତେ ଶୋଇଥିବା ସମୟରେ ମାଙ୍କଡ଼ ଆସି ୧୫ ଦିନର ପିଲାକୁ ନେଇ ଉଭାନ୍ ହୋଇଯାଇଥିଲା । ଏହାପରେ ବାପା ଓ ମା ହନୁମାନଙ୍କ ନିକଟରେ ଅଧିଆ ପଡିଥିଲେ । ବନବିଭାଗର କର୍ମଚାରୀ ସହ ଗାଁ ଲୋକେ ଖୋଜିଖୋଜି କରିଥିଲେ । କିନ୍ତୁ କୌଣସି ପତା ମିଳିନଥିଲା ।

publive-image

ଆଜି ସକାଳୁ ଶିଶୁର ମୃତଦେହ ବାରିପଟ କୂଅରୁ ମିଳିଛି । ଗତକାଲି ବନ ବିଭାଗ ପକ୍ଷରୁ ଚାଲିଥିବା ସର୍ଚ୍ଚ ଅପରେସନ୍ ରାତିରେ ବନ୍ଦ ରଖାଯାଇଥିଲା । ଆଜି ସନ୍ଧାନୀ କୁକୁର ଓ ସାଇଂଟିଫିକ ଟିମ ଘଟଣାସ୍ଥଳକୁ ଯିବାର ଥିଲା । ଏହି ଭିତରେ ଆସିଛି ଦୁଃଖଦ ଖବର । ଶିଶୁର ମୃତଦେହ ମିଳିତି ଘର ବାରିପଟ କୂଅରୁ ।

publive-image

ସୂଚନା ଅନୁସାରେ, ବାଙ୍କୀ ଥାନା ଅନ୍ତର୍ଗତ ତାଳବସ୍ତପାଟଣା ଗାଁର ରାମକୃଷ୍ଣ ନାୟକ ଓ ସ୍ତ୍ରୀ ସରୋଜିନୀଙ୍କ ୧୫ଦିନ ତଳେ ଏକ ଶିଶୁପୁତ୍ରକୁ ହୋଇଥିଲା । ଜନ୍ମ ପରଠାରୁ ଶିଶୁର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତା’କୁ ଶିଶୁଭବନରେ ରଖାଯାଇଥିଲା। ଚିକିତ୍ସା ପରେ ତିନିଦିନ ହେଲା ଘରକୁ ଆସିଥିଲା। କିନ୍ତୁ ଜନ୍ମ ହେବା ପରଠାରୁ ଶିଶୁପୁତ୍ରଟି କାନ୍ଦୁ ନଥିଲା। ଏହାକୁ ନେଇ ଚିନ୍ତାରେ ଥିଲେ ପରିବାର ଲୋକ। ଶୁକ୍ରବାର ରାତିରେ ବାପା-ମାଙ୍କ ସହ ଶିଶୁଟି ଶୋଇଥିଲା। ଭୋର ସକାଳ ପ୍ରାୟ ୬ଟାରେ ମା’ ଶେଯରୁ ମୁହଁ ଧୋଇବା ପାଇଁ ଉଠିଥିଲେ ।

publive-image

ସେହି ସମୟରେ ଶିଶୁଟିକୁ ମାଙ୍କଡ଼ ଟେକିନେଉଥିବା ଦେଖି ସେ ପାଟି କରିଥିଲେ। ଏ ସଂପର୍କରେ ନିଜର ସ୍ୱାମୀ ଓ ପରିବାରବର୍ଗଙ୍କୁ ଜଣାଇବା ପରେ ମାଙ୍କଡ଼ ଶିଶୁପୁତ୍ରକୁ ଟେକିନେବା ଖବର ଗାଁରେ ପ୍ରଚାର ହୋଇଯାଇଥିଲା। ଶହ ଶହ ଲୋକ ଠେଙ୍ଗାବାଡ଼ି ଧରି ଏକାଠି ହୋଇ ଆରମ୍ଭ କରିଥିଲେ ମାଙ୍କଡ଼ ଧରିବା ଅଭିଯାନ। କିନ୍ତୁ କେହି ମାଙ୍କଡ଼କୁ ପାଇନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe