କନକ ବ୍ୟୁରୋ: ନିଖୋଜର ୧୪ ଦିନ ପରେ ନାବାଳିକାର ମୃତଦେହ ଉଦ୍ଧାର । ଗାଁ ନିକଟ ଜଙ୍ଗଲରୁ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ଗତ ୨୪ ତାରିଖରେ ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜିରେ ହଠାତ ନିଖୋଜ ହୋଇଯାଇଥିଲେ ନାବାଳିକା । ସିନ୍ଦେକେଲା ଥାନା ଗୁଜିଚକା ଗାଁ ନିକଟ ଜଙ୍ଗଲରୁ ମୃତଦେହକୁ ଉଦ୍ଧାର । ଘଟଣା ସ୍ଥଳରେ ବଲାଙ୍ଗୀର ସାଇଂଟିଫିକ ଟିମ୍ ପହଂଚି ତଦନ୍ତ ଜାରି ରଖିଛି । ବଳି ସନ୍ଦେହରେ ନାବାଳିକାକୁ ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପୋଲିସ ।
ତନ୍ତ୍ରମନ୍ତ୍ର ପାଇଁ ଶୋଭବନ ରଣା ନିଜର ୧୨ବର୍ଷୀୟା ଭଉଣୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସବୁଠାରୁ ଆଶ୍ଚର୍ୟ୍ୟର କଥା ହେଉଛି ଗତବର୍ଷ ଶୋଭବନ ନିଜ ସମ୍ପର୍କୀୟ ମାମୁଁଙ୍କ ପୁଅକୁ ବଳିଦେଇ ଜେଲ୍ ଯାଇଥିଲା । ଆଉ ଜାମିନରେ ଫେରିବା ପରେ ପୁଣି ନରହନ୍ତା ବନିଥିବା ଅଭିଯୋଗ ହୋଇଥିଲା ।
ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ସିନ୍ଧେକେଲା ଅଂଚଳରେ ରହୁଥିବା ଏହି ୧୨ବର୍ଷୀୟା ନାବାଳିକା ଗତ ୨୪ତାରିଖଠାରୁ ନିଖୋଜ ଥିଲା । ଏନେଇ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ମାମଲା ବି ରୁଜୁ ହୋଇଥିଲା । ତନ୍ତ୍ରମନ୍ତ୍ର ପାଇଁ ନିଜ ଭଉଣୀକୁ ମାରିଦେଇଥିବା ଅଭିଯୋଗ ହୋଇଥିଲା। ସେପଟେ ନିଖୋଜ କୁନି ଝିଅର କୌଣସି ପତା ମିଳୁନଥିଲା। ଏସବୁକୁ ନେଇ ଗାଁ ଲୋକ ଥାନା ଘେରାଉ କରିଥିବା ବେଳେ ଅଭିଯୁକ୍ତ ଶୋଭବନ ରଣାକୁ ଅଟକ ରଖିଥିଲା ପୁଲିସ । ତେବେ ଆଜି ନିଖୋଜ ନାବାଳିକାର ନମୃତଦେହ ଠାବ କରିଛି ପୁଲିସ୍ ।