କନକ ବ୍ୟୁରୋ : ମହିଳାଙ୍କ ମୁଣ୍ଡ ବିହୀନ ମୃତ ଦେହ ଉଦ୍ଧାର । ଭୁବନେଶ୍ୱରରେ ଭରତପୁର-ଚନ୍ଦକା ରାସ୍ତାରୁ ଅଚିହ୍ନା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର କରାଯାଇଛି । ମହିଳାଙ୍କୁ କେହି ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ଚନ୍ଦକା ପୋଲିସ ପହଂଚି ତଦନ୍ତ କରୁଛି ।

Advertisment

ତେବେ ରାସ୍ତାରେ ମହିଳାଙ୍କୁ ମୃତଦେହ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେଉଁ ମୃତଦେହଟିକୁ ଉଦ୍ଧାର କରାଯାଇଛି, ତାହା ମୁଣ୍ଡ ବିହୀନ । ଯେଉଁଥିପାଇଁ ମହିଳାଙ୍କୁ କେହି ଦୁବୃର୍ତ୍ତ ହତ୍ୟା କରି ଫିଙ୍ଗିଦେଇଥିବା ପୋଲିସ ସନ୍ଦେହ କରୁଛି । ତେବେ ବର୍ତ୍ତମାନ ସମୟରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।