କନକ ବ୍ୟୁରୋ: ପୋଖରୀରେ ଭାସୁଛି ମୃତଦେହ । ବଲାଙ୍ଗୀର ପୁଇଁତଳା ଥାନା ଛତାପାଲି ଗାଁରେ ଏକ ପାଖରୀରେ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ମୃତକଙ୍କୁ ହତ୍ୟା କରାଯାଇଛି ଓ ଏହାପରେ ମୃତଦେହକୁ ପାଣିରେ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି । ମୃତକଙ୍କ ନାଁ କାଲୁ ଦୀପ । ତାଙ୍କୁ ଗତ ୧୧ ତରିଖରେ ସ୍ଥାନୀୟ ଲୋକ ପୋଖରୀ ନିକଟରେ ଦେଖିଥିଲେ । ହେଲେ ଏହାପରେ ତାଙ୍କୁ ଦେଖିବାକୁ ମିଳିଥିଲା । ଆଉ ଏବେ ପୋଖରୀରେ ତାଙ୍କୁ ମୃତଦେହ ଭାସୁଥିବାର ମିଳିଛି । ତେଣୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।