କନକ ବ୍ୟୁରୋ: ଅନୁଗୁଳ ମେଡିକାଲର ପିଛା ଛାଡୁନି ବିବାଦ । ଜଣେ ୪ବର୍ଷର ଶିଶୁ ମୃତଦେହରୁ ଆଖି ତାଡି ନିଆଯାଇଥିବା ଅଭିଯୋଗ ହେବାର ସପ୍ତାହ ନପୁରୁଣୁ ଆଜି ପୁଣି ଏକ ଶବ ଦେହରୁ ଆଖି ତାଡି ନିଆଯାଇଥିବା ଅଭିଯୋଗ ହୋଇଛି । ଜଣେ ମୃତ ବ୍ୟକ୍ତିଙ୍କ ଡାହାଣ ଆଖି ତାଡି ନିଆଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏହି ଘଟଣାର ତଦନ୍ତ ଦାବି କରିବା ସହ ଏଭଳି କାର୍ଯ୍ୟ କରିଥିବା ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ପରିବାର ଲୋକେ ।
କିଏ ନେଇଗଲା ଶବର ଆଖି ? ପୂର୍ବ ଘଟଣା ପରେ ଆଜିର ଘଟଣା ଯେତିକି ରହସ୍ୟମୟ ହେଉଛି ସେତିକି ସନ୍ଦେହ ମଧ୍ୟ ଆସୁଛି । ପୁଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବ ଗୃହରୁ ମୃତଦେହରୁ ଆଖି ଗାଏବ ହୋଇଯାଇଛି । ପୂର୍ବରୁ ଏକ କୁନି ଝିଅର ମୃତଦେହରୁ ଦୁଇ ଆଖି ଗାଏବ ହେବା ପରେ ଆଜି କେବଳ ଡାହାଣ ଆଖି ଗାଏବ ହୋଇଥିବା ଦେଖିବାକୁ ମିଳିଛି ।
ସୂଚନା ମୁତାବକ, ଗତକାଲି ସଂଧ୍ୟାରେ ମୋନେଟ କଂପାନୀ ଫାଟକ ସମ୍ମୁଖରେ ଜରପଡା ଥାନା ଅନ୍ତର୍ଗତ କୁଶକିଳା ଗାଁର ଜମ୍ବେଶ୍ୱର ନାଏକଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହାପରେ ତାଙ୍କୁ ଚିକିତ୍ସା ନିମନ୍ତେ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ପୋଷ୍ଟମର୍ଟମ ପାଇଁ ତାଙ୍କ ମୃତଦେହକୁ ମେଡିକାଲର ଶବାଗାରରେ ରଖାଯାଇଥିଲା । ଆଜି ସକାଳେ ଶବ ବ୍ୟବଚ୍ଛେଦ ପାଇଁ ଜମ୍ବେଶ୍ୱରଙ୍କ ମୃତଦେହ ଯେତେବେଳେ ବାହାରକୁ ଅଣାଯାଇଥିଲେ ସେତେବେଳେ ଶବରୁ ତାଙ୍କର ଡାହାଣ ଆଖିଟି ଗାଏବ ହୋଇଯାଇଥିବା ଦେଖିବାକୁ ମିଳିଥିଲା । ଏହାଦେଖି ପରିବାର ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଦେବା ସହ ମୁଖ୍ୟ ଚିକିତ୍ସାଳୟ ପରିସରରେ ଚାପା ଉତ୍ତେଜନା ଦେଖାଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/EYE-2.jpg)
/kanak/media/post_attachments/wp-content/uploads/2019/07/vlcsnap-2019-07-23-10h35m22s105-300x173.png)
/kanak/media/post_attachments/wp-content/uploads/2019/07/vlcsnap-2019-07-23-10h35m28s094-300x173.png)