୧୫ ଦିନ ପୂର୍ବେ ମୃତବ୍ୟକ୍ତିଙ୍କ ଶବସତ୍କାର ହୋଇଥିଲା କିନ୍ତୁ ଘରକୁ ଲେଉଟି ଆସିଲା ମଲାଲୋକ ।

୧୫ ଦିନ ପୂର୍ବେ ମୃତବ୍ୟକ୍ତିଙ୍କ ଶବସତ୍କାର ହୋଇଥିଲା କିନ୍ତୁ ଘରକୁ ଲେଉଟି ଆସିଲା ମଲାଲୋକ ।

କେରଳର ଓ୍ଵାୟାନାଡ଼ ଅନ୍ତର୍ଗତ ଆଡ଼ିକ୍କୋଲ୍ଲିରେ ବାସ କରୁଥିବା ତେକ୍କାନାମ କୁନ୍ନେଲ୍ ପରିବାରର ସଦସ୍ୟମାନେ ୧୫ ଦିନ ତଳେ ମରିଯାଇଥିବା ୪୮ ବର୍ଷିୟ ସାଜିଙ୍କ ଶବ ପୋତି ପକାଇଥିଲେ। କିନ୍ତୁ, ବୁଧବାର ଦିନ ସାଜି ସଶରୀରେ ଘରକୁ ଫେରିବା ଦେଖି ସେମାନେ ଆବାକାବା ହୋଇ ଯାଇଛନ୍ତି।

publive-image

ସେପ୍ଟେମ୍ବର ୩ ତାରିଖରୁ ଘରୁ ଯାଇଥିବା ସାଜି ସେବେଠାରୁ ପରିବାର ସହ ଯୋଗାଯୋଗ କରି ନ ଥିଲେ। କର୍ଣ୍ଣାଟକର ବୈରାକ୍କୁପ୍ପା ଠାରେ ଏକ ଜଙ୍ଗଲ ଧାରରୁ ମଳିଥିବା ଏକ ଅର୍ଦ୍ଧଗଳିତ ଶବକୁ ମାଆ ଓ ସାନ ଭାଇ ଭ୍ରମରେ ସାଜିଙ୍କର ଶବ ବୋଲି ଚିହ୍ନଟ କରିଥିଲେ। ସେ ଶବର ବ୍ୟବଚ୍ଛେଦ ଏବଂ ପୁଲିସର ଔପଚାରିକତା ଶେଷ ହେବା ପରେ ଆଡିକ୍କୋଲ୍ଲିସ୍ଥିତ ସେଣ୍ଟ୍ ସେବାଷ୍ଟିଆନ୍ ଗିର୍ଜାରେ ଅକ୍ଟୋବର ୧୬ ତାରିଖ ଦିନ ଅନ୍ତ୍ୟେଷ୍ଟିକ୍ରିୟା ସାମାପନ କରାଯାଇଥିଲା। କନ୍ନରଠାରେ ଦିନ ମଜୁରିଆ କାମ କରୁଥିବା ସାଜି କହନ୍ତି: ମୁଁ କନ୍ନରରୁ ଫେରି ପାନାମାରାମ ବସ୍ଷ୍ଟାଣ୍ଡ୍ରେ ମତେ ଦେଖି ‘କେଏସ୍ଆର୍ଟିସି’ରେ ଡ୍ରାଇଭର୍ ଥିବା ମୋ ସମ୍ପର୍କୀୟ ଭାଇ ସୁନୀଲ ଚମକି ପଡ଼ିଥିଲା। ପରିବାର ଲୋକେ ଧାର୍ମିକ ରୀତିରେ ମୋ ଅନ୍ତ୍ୟେଷ୍ଟି କ୍ରିୟା ଶେଷ କରିଥିବା କଥା ତା’ଠାରୁ ଶୁଣି ମୁଁ ମଧ୍ୟ ଚକିତ ହୋଇଗଲି।

publive-image

ସାଜିଙ୍କ ଭାଇ ଜିନେଶ କହନ୍ତି ଯେ ସେ ପୁଲପାଲ୍ଲୀ ଥାନାକୁ ଅନ୍ୟ ଗୋଟାଏ ଅଭିଯୋଗ ରେଜିଷ୍ଟ୍ରି କରିବାକୁ ଯାଇଥିବାବେଳେ କର୍ଣ୍ଣାଟକର ବୀଚନହାଲ୍ଲି ପୁଲିସ ଗୋଟାଏ ଶବ ପାଇଛନ୍ତି ବୋଲି କହିଥିଲେ। ଜିନେଶ କହନ୍ତି: ଶବର ମୁହଁ ବିଦୀର୍ଣ୍ଣ ହୋଇ ଯାଇଥିଲା। ଦୁର୍ଘଟନା ପରେ ସାଜିଙ୍କ ଗୋଡ଼ରେ ଥିବା ଅପରେସନ୍ ଦାଗ ପରି ସେଥିରେ ମଧ୍ୟ ଦାଗ ଥିଲା। ଶବ ପାଖରେ ପଡ଼ିଥିବା ଜୋତା ଓ ଲୁଗାପଟା ସାଜି ବ୍ୟବହାର କରୁଥିବା ଲୁଗାପଟା ସହ ମେଳ ଖାଉଥିଲା। କେତେକ ଲୋକେ ସାଜିଙ୍କୁ ସେଠାରେ ଦେଖିଥିଲେ ବୋଲି କହିଲେ।

ଜିନେଶ କହନ୍ତି କି, ଅବିବାହିତ ସାଜି ଏକଲା ରହନ୍ତି। ସେ ଘରୁ ଦୀର୍ଘ ଦିନ ଯାଏଁ ମଧ୍ୟ ବାହାରେ ରହିବାର ନଜିର ବି ଅଛି।
ଶବଟିକୁ ଭୁଲ୍ ଚିହ୍ନଟ କରିଥିବା କଥା ଜିନେଶ ବୀଚନାହାଲ୍ଲି ଥାନାରେ ଆବେଦନ କରିଛନ୍ତି। ସେମାନେ ସୋମବାର ଦିନ ଏଠାକୁ ଆସିବେ ବୋଲି କହିଛନ୍ତି। ସମାଧିସ୍ଥଳରୁ ସେ ଶବକୁ ଶୀଘ୍ର ହଟାଇବା ନିମନ୍ତେ ଏବେ ଗିର୍ଜା କର୍ତ୍ତୃପକ୍ଷ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe