ଶବ ସତ୍କାର ସମୟରେ ଉଠିପଡିଲେ ମୃତ ବ୍ୟକ୍ତି : ମେଡିକାଲରେ ଜୀବନ ଚାଲିଯାଇଥିବା ଘୋଷଣା କରିଥିଲେ ଡାକ୍ତର

Advertisment
ଶବ ସତ୍କାର ସମୟରେ ଉଠିପଡିଲେ ମୃତ ବ୍ୟକ୍ତି : ମେଡିକାଲରେ ଜୀବନ ଚାଲିଯାଇଥିବା ଘୋଷଣା କରିଥିଲେ ଡାକ୍ତର

କନକ ବ୍ୟୁରୋ : ଗ୍ବାଲିଅରରେ ଜଣେ ବ୍ୟକ୍ତିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାପରେ ତାଙ୍କ ପରିବାର ଲୋକ ଶୋକ ପ୍ରକାଶ କରିବା ପରେ ସତ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ତେବେ ଶବ ସତ୍କାର ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଉକ୍ତ ବ୍ୟକ୍ତି ଜଣଙ୍କ ହଠାତ୍ ମୃତ୍ୟୁଶଯ୍ୟାରୁ ଉଠିବସିଥିଲେ। ଏହି ଘଟଣା ଦେଖିବା ପରେ ସେଠାରେ ଉପସ୍ଥିତ ଲୋକ ଚମକି ପଡ଼ିଥିଲେ। ଏମିତି କି କିଛି ଲୋକ ଭୟଭୀତ ହୋଇପଡ଼ିଥିଲେ। ଏହି ଘଟଣା ଏବେ ସମଗ୍ର ମଧ୍ୟପ୍ରଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଶବ୍ଦପ୍ରତାପ ଆଶ୍ରମର ୬୦ ବର୍ଷୀୟ ବ୍ୟକ୍ତି ହରି ସିଂହ ରାଜପୁତ ଗତ ବୁଧବାର ଦିନ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଗୁରୁବାର ଦିନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡ଼ିଥିଲା।

publive-imageତାଙ୍କୁ ଏକ ଇଂଜେକସନ୍ ଦିଆଯିବାର ମାତ୍ର କିଛି ସମୟ ମଧ୍ୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ତାଙ୍କ ପରିବାର ସଦସ୍ୟ ଭୁଲ୍ ଚିକିତ୍ସା ଦ୍ବାରା ତାଙ୍କର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ କରିଥିଲେ। ଏହାକୁ ନେଇ ହସ୍ପିଟାଲରେ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା। ସେମାନେ ଥାନାରେ ଅଭିଯୋଗ କରିବେ ବୋଲି କହିବା ପରେ ଡାକ୍ତରମାନେ ତାଙ୍କୁ ପୁଣିଥରେ ଭେଣ୍ଟିଲେଟରରେ ରଖି ଚିକିତ୍ସା ଆରମ୍ଭ କରିଥିଲେ। କିନ୍ତୁ ଏହାର କିଛି ସମୟ ପରେ ଡାକ୍ତର ତାଙ୍କୁ ପୁଣିଥରେ ମୃତ ଘୋଷଣା କରିଥିଲେ। ତେବେ ହରି ସିଂହ ରାଜପୁତଙ୍କ ପରିବାର ସଦସ୍ୟ ତାଙ୍କୁ ଘରକୁ ନେଇ ସତ୍କାର ପାଇଁ ପ୍ରସ୍ତୁତି କରିବା ସମୟରେ ହଠାତ୍ ଉଠି ପଡ଼ିଥିଲେ ରାଜପୁତ। ଏବେ ରାଜପୁତ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe