କନକ ବ୍ୟୁରୋ : ଜୟପୁର ସମ୍ବାଦ ସଂସ୍କରଣର ସମ୍ପାଦନା ବିଭାଗର ସବଏଡିଟର ଅଶୋକ କୁମାର ପଲେଇଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ । ଏକ ଦଶାହ ଭୋଜିରେ ଯୋଗ ଦେବାକୁ ଜୟପୁରରୁ ନବରଙ୍ଗପୁର ଜିଲ୍ଲାର ଧୋଡ୍ରାକୁ ବାଇକରେ ଯାଉଥିଲେ । ଅଧବାଟରେ ଦୁର୍ଘଟଣାର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ପ୍ରଥମେ ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ମେଡିକାଲ ଅଣାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ଜୟପୁର ସ୍ଥିତ ଏକ ଘରୋଇ ମେଡିକାଲକୁ ଅଣାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ତାଙ୍କ ମୃତ୍ୟୁର ଖବର ସମ୍ବାଦ ପରିବାର ପାଇଁ ଏକ ବଡ଼ କ୍ଷତି । ଖବର ପାଇବା ପରେ ସମ୍ବାଦର ସମସ୍ତ ସହଯୋଗୀ ତାଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ପରିବାରକୁ ସମବେଦନା ଜଣାଇଛନ୍ତି ।
ଜୟପୁର ସମ୍ବାଦ ସଂସ୍କରଣର ସହ ସମ୍ପାଦକ ଅଶୋକ ପଲେଇଙ୍କ ପରଲୋକ, ଭୋଜି ଖାଇବାକୁ ଯାଉଥିବା ବେଳେ ଦୁର୍ଘଟଣା
Advertisment
Follow Us