ଦୁର୍ଦ୍ଦାନ୍ତ ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ମୁଖ୍ୟ ନିପାତ : ଆମେରିକା ସେନାର ଅପରେସନ ବେଳେ ନିଜକୁ ବିସ୍ଫୋରଣରେ ଉଡାଇଦେଲା ଅବୁ ଇବ୍ରାହିମ

ଦୁର୍ଦ୍ଦାନ୍ତ ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ମୁଖ୍ୟ ନିପାତ : ଆମେରିକା ସେନାର ଅପରେସନ ବେଳେ ନିଜକୁ ବିସ୍ଫୋରଣରେ ଉଡାଇଦେଲା ଅବୁ ଇବ୍ରାହିମ

କନକ ବ୍ୟୁରୋ : ଆଇଏସଆଇଏସ ଚିଫ୍ ଅବୁ ଇବ୍ରାହିମ୍ ଅଲ-ହାସମି ଅଲ-କ୍ୟୁରେସଙ୍କୁ ନିପାତ କରିଛି ଆମେରିକାର । ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ- ବାଇଡେନ୍ । ସିରିଆର ଇଦଲିବ ପ୍ରାନ୍ତରେ ଆଇଏସଆଇଏସ ନେତା ଅବୁ ଇବ୍ରାହିମଙ୍କ ବାସଭବନରେ ଡ୍ରୋନ ହମଲା ଓ ଗ୍ରେନଡ ମାଡ କରି ଆମେରିକା ଦୁର୍ଦ୍ଦଷ ଆତଙ୍କବାଦୀଙ୍କୁ ନିହତ କରିଛି । ଟୁଇଟ୍ କରି ବାଇଡେନ ଆମେରିକା ସୈନ୍ୟଙ୍କୁ ପ୍ରଶଂସା କରିଛନ୍ତି ।

ଅପରେସନ ପରେ ସମସ୍ତ ଆମେରିକା ସୈନ୍ୟ ସୁର କ୍ଷିତ ନିଜ ବେସକୁ ଫେରି ଆସିଛନ୍ତି । ଆତଙ୍କବାଦ ବିରୋଧ ଲଢେଇରେ ଏହା ଏକ ବଡ ବିଜୟ ବୋଲି କହିଛନ୍ତି ବାଇଡେନ୍ । ଇଦଲିବ ପ୍ରାନ୍ତରେ ଆଇଏସଆଇଏସ ମୁଖ୍ୟ ଅବି ଇବ୍ରାହିମଙ୍କ ଧ୍ୱସ୍ତବିଧ୍ୱସ୍ତ ଘରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଘଟଣାସ୍ଥଳରେ ୧୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଏଥିରେ ୬ ଜଣ ଶିଶୁ ଓ ୪ ଜଣ ମହିଳାଙ୍କ ମୃତଦେହ ଥିବା ସୂଚନା ମିଳିଛି । ଆମେରିକା ସୈନ୍ୟଙ୍କ ଆକ୍ରମଣରେ ଅବୁ ଇବ୍ରାହିମ ପତ୍ନୀ ଓ ତା ପୁଅ-ଝିଅଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି ।

ସେପଟେ ଆଉ କେତେକ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହେଉଛି, ଆଇଏସ ଆଇଏସ ମୁଖ୍ୟ ଅବୁ ଇବ୍ରାହିମ ନିହତ ହୋଇଛି । କିନ୍ତୁ ଆମେରିକା ସୈନ୍ୟଙ୍କ ହାତରେ ତାର ମୃତ୍ୟୁ ହୋଇ ନାହିଁ । ଖସିଯିବାର ସବୁ ବାଟ ବନ୍ଦ ହୋଇଯାଇଥିବା ଦେଖି ବୋମା ବିସ୍ଫୋରଣ କରି ନିଜକୁ ଓ ପୁରା ପରିବାରକୁ ଆଇଏସଆଇଏସ ମୁଖ୍ୟ ଉଡାଇ ଦେଇଥିବା କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe