ପୁରୀରେ ବିଷ ହୋଇଗଲା ମଙ୍ଗଳା ନଈର ପାଣି : ୩ ଦିନ ହେଲା ମରି ପଡ଼ୁଛନ୍ତି ହଜାର ହଜାର ମାଛ; ଚିନ୍ତାରେ ମାଛ ମାରି ଜୀବିକା ପୋଷୁଥିବା ମତ୍ସ୍ୟଜୀବୀ

Advertisment
ପୁରୀରେ ବିଷ ହୋଇଗଲା ମଙ୍ଗଳା ନଈର ପାଣି

କନକ ବ୍ୟୁରୋ : ପୁରୀ ମଙ୍ଗଳା ନଦୀ ବିଷାକ୍ତ । ନଦୀର ଜଳ ଅଧିକ ପ୍ରଦ୍ୟୁଷିତ ହେବାରୁ ମରି ପଡ଼ିଛନ୍ତି ହଜାର ହଜାର ସଂଖ୍ୟାରେ ମାଛ । ନଦୀର ଉଭୟ ପାର୍ଶ୍ବରେ ମେଂଜିଆ, କଉ, ଖଇଙ୍ଗା ଭଳି ଅନେକ ପ୍ରଜାତିର ମାଛ ମରି ପଡ଼ିଛନ୍ତି । ପୁରୀ ସହରର ବର୍ଜ୍ୟ ଜଳ ସିଧାସଳଖ ମଙ୍ଗଳା ନଦୀରେ ମିଶୁଛି । ଫଳରେ ନଦୀର ଜଳ ବ୍ୟାପକ ମାତ୍ରାରେ ପ୍ରଦ୍ୟୁଷିତ ହେବା ଦ୍ୱାରା ବ୍ୟବହାର ଅନୁପଯୋଗୀ ହୋଇଛି ।

ଜଳ ପ୍ରଦ୍ୟୁଷିତ ହୋଇ ମାଛ ମରୁଥିବାରୁ ମତ୍ସ୍ୟଜୀବୀଙ୍କ ଜୀବନଜୀବିକା ବିପନ୍ନ ହୋଇପଡ଼ିଛି । ମତ୍ସ୍ୟଜୀବୀମାନେ ପ୍ରତିଦିନ ନଦୀରୁ ମାଛ ଧରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । ମଙ୍ଗଳା ମୁହାଣରେ ମାଛ ମଡକକୁ ତିନି ଦିନ ବିତିଯାଇଥିଲେ ମଧ୍ୟ ଏନେଇ ମତ୍ସ୍ୟବିଭାଗ ପାଖରେ ଖବର ନାହିଁ । ନଦୀ ପ୍ରଦ୍ୟୁଷଣକୁ ରୋକିବା ପାଇଁ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe