କନକ ବ୍ୟୁରୋ : ପାରାଦ୍ୱୀପ ବାଲିଝରା ବଟନଦୀରେ ଦେଖାଦେଇଛି ମାଛମଡକ । ପାଣିରେ ଭାସୁଛନ୍ତି ମଲା ମାଛ । ଗତ ରାତିରୁ ଏଭଳି ମାଛ ମଡକ ଆରମ୍ଭ ହୋଇଛି । ତେବେ ଏହାର କାରଣ ଜଣାପଡିନାହିଁ । ତେବେ ପାଣିରେ କେହି ବିଷ ପ୍ରୟୋଗ କରିଥିବାରୁ ଏଭଳି ମାଛ ମଡକ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ୨୦୧୬ରେ ବଟନଦୀରେ ଏଭଳି ମାଛ ମାଡକ ଦେଖାଦେଇଥିଲା । Advertisment