କନକ ବ୍ୟୁରୋ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଜହ୍ନିକୁଦାରେ ଭାସୁଛି ମୃତ ଡଲଫିନ୍ । ଖିରିସାହି ବିଟ ହାଉସ ନିକଟ ଗୋଠୋକୁଦାରେ ମୃତ ଡଲଫିନର ଶବ ଭାସୁଥିବା ଦେଖିବାକୁ ମିଳିଛି । ଡଲଫିନର ଲମ୍ବ ୮ ଫୁଟ ଅନୁମାନ କରାଯାଉଛି । ବାରମ୍ବାର ଚିଲିକାରେ ଏଭଳି ଚିତ୍ର ସାମ୍ନାକୁ ଆସୁଥିବା ବେଳେ ବନ ବିଭାଗ ନିରବଦ୍ରଷ୍ଟା ସାଜିଛି । ପ୍ରଶାସନ ପକ୍ଷରୁ ମଧ୍ୟ ଏନେଇ କୌଣସି ପଦକ୍ଷେପ ନିଆଯାଉନାହିଁ ।

Advertisment