ଚିଲିକା କୂଳରୁ ମୃତ ଡଲଫିନ୍ ଉଦ୍ଧାର କଲା ବନ ବିଭାଗ, ଓଜନ ପ୍ରାୟ ୫ ଶହ କିଲୋରୁ ଅଧିକ

ଚିଲିକା କୂଳରୁ ମୃତ ଡଲଫିନ୍ ଉଦ୍ଧାର କଲା ବନ ବିଭାଗ, ଓଜନ ପ୍ରାୟ ୫ ଶହ କିଲୋରୁ ଅଧିକ

କନକ ବ୍ୟୁରୋ : ରବିବାର ସକାଳେ ବନ ବିଭାଗ ଗୋଟିଏ ଇରାଓ୍ଵାଡ଼ି ପ୍ରଜାତିର ମୃତ ଡଲଫିନ୍ ଉଦ୍ଧାର କରିଛି । ମୃତ ଡଲଫିନଟି ଗତ ରାତିରୁ କୃଷ୍ଣପ୍ରସାଦ ବ୍ଲକ୍ ଅନ୍ତର୍ଗତ ଚିଲିକା ନୂଆପଡ଼ା ରେଞ୍ଜ ଅଞ୍ଚଳର ଚିଲିକା ହ୍ରଦର ନୂଆପଡ଼ା ଘାଟ ପାଖରେ ଭାସୁଥିଲା ।

୫ ଫୁଟ୍ ୮ ଇଞ୍ଚ ଲମ୍ବ ଓ ୩ ଫୁଟ୍ ଗୋଲେଇ ବିଶିଷ୍ଟ ସେ ମୃତ ଡଲଫିନକୁ ସ୍ଥାନୀୟ ପ୍ରାଣୀ ଚିକିତ୍ସକମାନଙ୍କ ଦ୍ୱାରା ବ୍ୟବଚ୍ଛେଦ କରାଯାଇଛି ।ବନ ବିଭାଗ କହିବା ଅନୁସାରେ ଏହାର ଓଜନ ପ୍ରାୟ ୫ ଶହ କିଲୋରୁ ଅଧିକ ହେବ। ଚଳିତ ମାସରେ ବରୁଣକୁଦା, ମଗରମୁଖରୁ ୨ଟି ମୃତ ଡଲଫିନ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe