କନକ ବ୍ୟୁରୋ : ରବିବାର ସକାଳେ ବନ ବିଭାଗ ଗୋଟିଏ ଇରାଓ୍ଵାଡ଼ି ପ୍ରଜାତିର ମୃତ ଡଲଫିନ୍ ଉଦ୍ଧାର କରିଛି । ମୃତ ଡଲଫିନଟି ଗତ ରାତିରୁ କୃଷ୍ଣପ୍ରସାଦ ବ୍ଲକ୍ ଅନ୍ତର୍ଗତ ଚିଲିକା ନୂଆପଡ଼ା ରେଞ୍ଜ ଅଞ୍ଚଳର ଚିଲିକା ହ୍ରଦର ନୂଆପଡ଼ା ଘାଟ ପାଖରେ ଭାସୁଥିଲା ।
୫ ଫୁଟ୍ ୮ ଇଞ୍ଚ ଲମ୍ବ ଓ ୩ ଫୁଟ୍ ଗୋଲେଇ ବିଶିଷ୍ଟ ସେ ମୃତ ଡଲଫିନକୁ ସ୍ଥାନୀୟ ପ୍ରାଣୀ ଚିକିତ୍ସକମାନଙ୍କ ଦ୍ୱାରା ବ୍ୟବଚ୍ଛେଦ କରାଯାଇଛି ।ବନ ବିଭାଗ କହିବା ଅନୁସାରେ ଏହାର ଓଜନ ପ୍ରାୟ ୫ ଶହ କିଲୋରୁ ଅଧିକ ହେବ। ଚଳିତ ମାସରେ ବରୁଣକୁଦା, ମଗରମୁଖରୁ ୨ଟି ମୃତ ଡଲଫିନ ଉଦ୍ଧାର କରାଯାଇଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/02/dolphin-1.jpg)