ନିଶା ଦ୍ରବ୍ୟ ସେବନ କରି ୩ ମାସର କୁନିଛୁଆକୁ ସ୍ତନ୍ୟପାନ କରାଇଲା ମା’ । ହେଲେ କ୍ଷୀର ପିଇ ମରିଗଲା ଛୁଆ

955

କନକ ବ୍ୟୁରୋ : ଆମେରିକାର ଜଣେ ମହିଳାଙ୍କ ଉପରେ ଅଭିଯୋଗ ହୋଇଛି କି ମହିଳା ଜଣଙ୍କ ଗଞ୍ଜା ଓ ଡ୍ରଗ୍ସ ଭଳି ନିଶା ସେବନ କରି ନିଜର ୩ ମାସର ଶିଶୁକୁ ସ୍ତନ୍ୟପାନ କରାଇବା ଯୋଗୁଁ ଶିଶୁଟିର ମୃତ୍ୟୁ ହୋଇଛି । ଖାଲି ଅଭିଯୋଗ ହୋଇନାହିଁ ମହିଳାଙ୍କ ରକ୍ତ ପରୀକ୍ଷା ପରେ ମହିଳାଙ୍କ ରକ୍ତରୁ ପ୍ରଚୁର ମାତ୍ରାର mithemaphetamin ମିଳିଛି । ଏହି ଡ୍ରଗ୍ସକୁ ସାଧାରଣ ଭାଷାରେ କ୍ରିଷ୍ଟେଲ ମେଥ୍ କୁହାଯାଏ  ।
ଆମେରିକାର ନ୍ୟୁ ଆରୋଲିଏନ୍ସ ରେ ରହୁଥିବା ଆଣ୍ଟମ୍ ଙ୍କ ଘରେ ସେତେବେଳେ ମେଡିକାଲ ଟିମ୍ ପହଂଚିଥିଲା ଯେତେବେଳେ କି ତାଙ୍କୁୁ ଖବର ମିଳିଥିଲା କି ଆଣ୍ଟମଙ୍କ ଶିଶୁ କୌଣସି ପ୍ରତିକ୍ରିୟା ଦେଖାଉ ନାହିଁ । ଡାକ୍ତରୀ ଦଳ  ସେଠାରେ ପହଂଚି ଶିଶୁଟିକୁୁ ପରୀକ୍ଷା କରିବା ପରେ ଜଣାପଡିଲା ଯେ ଶିଶୁଟିର ମୃତ୍ୟୁ ହୋଇଯାଇଛି । ଏହା ପରେ ପୋଲିସ ପହଂଚି ଶିଶୁ ମୃତ୍ୟୁର କାରଣ ଖୋଜିଥିଲା ।

 ପୋଲିସ ନିକଟରେ ଆଣ୍ଟମ କହିଥିଲେ କି ସେ ଶିଶୁଟିକୁ ସ୍ତନ୍ୟପାନ କରାଇବା ପରେ ଶିଶୁଟିର ମୃତ୍ୟୁ ହୋଇଛି । ଏକଥା ଶୁଣି ପୋଲିସ ଟିମ୍ ବି ଚକିତ ହୋଇଯାଇଥିଲେ । କାରଣ ସଭ୍ୟତା ଆରମ୍ଭରୁ କୁହାଯାଇଛି କି ମା କ୍ଷୀର ଅମ୍ବୃତ ସମାନ । ହେଲେ ଏଠାରେ ମା’ର କ୍ଷୀର କିଭଳି ବିଷ ହୋଇଗଲା ସେନେଇ ପୋଲିସ ଓ ଡାକ୍ତରଙ୍କ ମଧ୍ୟରେ ସନ୍ଦେହ ହୋଇଥିଲା । ଏହା ପରେ ପୋଲିସ ସହାୟତାରେ ଡାକ୍ତର ମାନେ ଆଣ୍ଟମଙ୍କ କ୍ଷୀର ଓ ରକ୍ତ ପରୀକ୍ଷା କରିଥିଲେ । ଏହି ପରୀକ୍ଷାରୁ ଯେଉଁ ରିପୋର୍ଟ ଆସିଲା ତାହା ଆପଣଙ୍କୁ ଚକିତ କରିଦେବ । ରିପୋର୍ଟ ମୁତାବକ ଆଣ୍ଟମଙ୍କ ଶରୀରରେ ଭୟାନକ କ୍ରିଷ୍ଟେଲ ମେଥ୍ ର ଡୋଜ ମିଳିଥିଲା । ଏହାସହ ଆଣ୍ଟମ୍ ଗଞ୍ଜା ସେବନ କରୁଥିବା ବି ଜଣାପଡିଲା । ଏହି ରିପୋର୍ଟ ମିଳିବା ପରେ ତାଙ୍କୁ ଗିରଫ୍ କରାଯାଇଛି ।

ଏନେଇ ଆଣ୍ଟମକୁ ପୋଲିସ ପଚରା ଉଚରା କରିବା ପରେ ଆଣ୍ଟମ ସ୍ୱୀକାର କରିଛନ୍ତି କି ସେ କ୍ରିଷ୍ଟେଲ ମେଥ୍ ଓ ଗଞ୍ଜା ସେବନ କରି ଶିଶୁଟିକୁ ସ୍ତନ୍ୟପାନ କରାଇଥିଲେ । ଏହାସହ ଆଣ୍ଟମଙ୍କ ଘରୁ ବି ଗଞ୍ଜା ଓ କ୍ରିଷ୍ଟେଲ ମେଥ୍ ଜବତ କରିଛି ପୋଲିସ । ଏକ ଆନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଆମେରିକାରେ ଏହା ପ୍ରଥମ ଘଟଣା ନୁହେଁ । ଏଭଳି ଅନେକ ଘଟଣାରେ ଶିଶୁଙ୍କର ମୃତ୍ୟୁ ହୋଇଛି । ଏହା ପୂର୍ବରୁ ଜାନୁଆରୀ ମାସରେ ଜଣେ ୩୬ ବର୍ଷିୟ ମହିଳାଙ୍କୁ ଗିରଫ୍ କରାଯାଇଥିଲା । ସେ ବି କ୍ରିଷ୍ଟାଲ ମେଥ୍ ସେବନ କରିବା ପରେ ତାଙ୍କର ୨ ମାସର ଶିଶୁକୁ ସ୍ତନ୍ୟପାନ କରାଇଥିଲେ ଓ ପରେ ଶିଶୁଟିର ମୃତ୍ୟୁ ହୋଇଥିଲା ।