କନକ ବ୍ୟୁରୋ: ଏବେ ବି ଅନେକ ପରିବାରରେ ଝିଅ ଅପେକ୍ଷା ପୁଅର ଆଦର କାହିଁ କେତେଗୁଣ ଅଧିକ । କେହି କେହି ଝିଅ ହେଲେ ମୁହଁ ମୋଡୁଥିବାବେଳେ ଏକରୁ ଅଧିକ ପୁଅ ହେଲେ ବି ଖୁସିରେ ବିଭୋର ହୋଇଥାନ୍ତି । କିନ୍ତୁ ସେହିଭଳି ପୁଅଙ୍କ ଭିତରେ ସମ୍ପତିକୁ ନେଇ ଯେତେବେଳେ ବିବାଦ ହୁଏ, ଆଉ ସେହି ବିବାଦ ଯୋଗୁଁ ବାପାର ଶବ ୨୫ ଘଣ୍ଟା ପଡି ରହେ, ପୋଲିସର ହସ୍ତକ୍ଷେପ ପରେ ଅନ୍ତିମ ସଂସ୍କାର ହୁଏ ତାହା ଆଲୋଡନ ସୃଷ୍ଟି କରେ ।
ବାପାଙ୍କ ସମ୍ପତିକୁ ନେଇ ପୁଅଙ୍କ ଭିତରେ ବିବାଦ ଯୋଗୁଁ ୨୫ଘଣ୍ଟା ଧରି ପଡି ରହିଲା ବାପାର ଶବ । ପୁଅ ପାଇଁ ଅନେକ ପାଗଳ ହେଉଥିବାବେଳେ କେନ୍ଦ୍ରାପଡା ବରୁଆ ଗାଁରୁ ଆସିଛି ଏପରି ଖବର । ୯୭ ବର୍ଷିୟ କଣ୍ଡୁରୀ ଓଝାଙ୍କ ମୃତ୍ୟୁ ହେବା ପରେ ଶବ ସଂସ୍କାର ପାଇଁ ଥାନାରୁ ଏସପି ଅଫିସ ପର୍ଯ୍ୟନ୍ତ ବୁଲିଥିଲେ ଗୋଟିଏ ପୁଅ । ହେଲେ, ଆଉ ଗୋଟିଏ ପୁଅର ଜିଦ୍ ସମ୍ପତିର ହିସାବ ନତୁଟିଲେ ଶବ ସଂସ୍କାର ହୋଇପାରିବନି ।
ଲକ୍ଷେ ଶିବ ପୂଜି ପୁଅ ପାଇଥିବା ବୁଢ଼ି ମାଆ ସାମନାରେ ପଡିଛି ସ୍ୱାମୀ ଶବ । ହେଲେ, ସେ ନିରୁପାୟ । ଭାଗ୍ୟକୁ ନିନ୍ଦିବା ଛଡା ତାଙ୍କ ପାଖରେ ଆଉ କିଛି ଉପାୟ ନାହିଁ । ସମ୍ପତିକୁ ନେଇ ପୁଅ ମାନଙ୍କ ଭିତରେ ଥିବା ବିବାଦ ଯୋଗୁଁ , ଅସହାୟ ଅବସ୍ଥାରେ ପଡିଛି ଶବ । ଯେଉଁ ପୁଅକୁ ନେଇ ବାପା ଜୀବନ ଯାକ ସ୍ୱପ୍ନ ଦେଖିଥିବ, ହାତ ଧରି ଚାଲି ଶିଖାଇଥିବ, ମଣିଷ କରିଥିବ, ସେହି ପୁଅ ଏତେ ତଳକୁ ଖସି ଯିବାପରେ, ଚର୍ଚ୍ଚା ହେଉଛି ଏମିତି ପୁଅ କାହାକୁ ନ ମିଳନ୍ତୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/10/vlcsnap-2021-10-27-20h40m37s567.png)