କଟକ ବଡ ମେଡିକାଲରେ ଅଭବାନୀୟ ଦୃଶ୍ୟ: ଶଯ୍ୟା ତଳେ ପଡିରହିଲା ମୃତଦେହ, ଉପରେ ଅନ୍ୟ ରୋଗୀଙ୍କୁ କରାଗଲା ଚିକିତ୍ସା

Advertisment
କଟକ ବଡ ମେଡିକାଲରେ ଅଭବାନୀୟ ଦୃଶ୍ୟ: ଶଯ୍ୟା ତଳେ ପଡିରହିଲା ମୃତଦେହ, ଉପରେ ଅନ୍ୟ ରୋଗୀଙ୍କୁ କରାଗଲା ଚିକିତ୍ସା

କନକ ବ୍ୟୁରୋ: କଟକ ବଡ ମେଡିକାଲରେ ଅଭବାନୀୟ ଦୃଶ୍ୟ । ତଳେ ମୃତଦେହ, ଉପରେ ରୋଗୀ । ଶବ ନେବାକୁ ବିଳମ୍ବ ହେବାରୁ ଏଭଳି ଅବ୍ୟବସ୍ଥା ଦେଖାଦେଇଥିଲା । ଏହି ଘଟଣାକୁ ନେଇ ଏସସିବିରେ ଉତେଜନା ଦେଇଥିଲା । ଶେଷ ମେଡ଼ିକାଲ ଫାଣ୍ଡିରୁ ପୋଲିସ ଆସି ଘଟଣା ସ୍ଥଳରେ ପହଂଚି ଡାକ୍ତର ଓ କର୍ମଚାରୀଙ୍କ ସହ ଆଲୋଚନା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । କିଛି ସମୟ ପରେ ମୃତଦେହ ସେଠାରୁ ଉଠାଯାଇଥିଲା । ସୂଚନା ଅନୁସାରେ ଏସସିବି କାଜୁଆଲଟିରେ କିଛି ଦିନ ହେଲା ରୋଗୀ ଜଣକ ଚିକିତ୍ସା ହେବା ପରେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା । କୌଣସି କାରଣରୁ ତାଙ୍କ ପରିବାର ଲୋକ ବିଳମ୍ବରେ ଆସିବାରୁ ମୃତଦେହ ଉଠିବାରେ ବିଳମ୍ବ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe