କନକ ବ୍ୟୁରୋ: କଟକ ବଡ ମେଡିକାଲରେ ଅଭବାନୀୟ ଦୃଶ୍ୟ । ତଳେ ମୃତଦେହ, ଉପରେ ରୋଗୀ । ଶବ ନେବାକୁ ବିଳମ୍ବ ହେବାରୁ ଏଭଳି ଅବ୍ୟବସ୍ଥା ଦେଖାଦେଇଥିଲା । ଏହି ଘଟଣାକୁ ନେଇ ଏସସିବିରେ ଉତେଜନା ଦେଇଥିଲା । ଶେଷ ମେଡ଼ିକାଲ ଫାଣ୍ଡିରୁ ପୋଲିସ ଆସି ଘଟଣା ସ୍ଥଳରେ ପହଂଚି ଡାକ୍ତର ଓ କର୍ମଚାରୀଙ୍କ ସହ ଆଲୋଚନା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । କିଛି ସମୟ ପରେ ମୃତଦେହ ସେଠାରୁ ଉଠାଯାଇଥିଲା । ସୂଚନା ଅନୁସାରେ ଏସସିବି କାଜୁଆଲଟିରେ କିଛି ଦିନ ହେଲା ରୋଗୀ ଜଣକ ଚିକିତ୍ସା ହେବା ପରେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା । କୌଣସି କାରଣରୁ ତାଙ୍କ ପରିବାର ଲୋକ ବିଳମ୍ବରେ ଆସିବାରୁ ମୃତଦେହ ଉଠିବାରେ ବିଳମ୍ବ ହୋଇଥିଲା ।