କନକ ବ୍ୟୁରୋ: କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀଙ୍କ ବାସଭବନରେ ଶିକ୍ଷକଙ୍କ ଆତ୍ମହତ୍ୟା । କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଚିକାମ୍ବ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ ଚିତରଞ୍ଜନ ପଣ୍ଡା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।  ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା କେଳେ ଆତ୍ମହ୍ୟାର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ ।  ମୃତ ଶିକ୍ଷକଙ୍କ ଲେଖିଥିବା ଏକ ସୁଇସାଇଡ୍ ନୋଟ୍ ପୁଲିସ୍ ଜବତ କରିଛି । ଏହି ସୁଇସାଇଡ୍ ନୋଟରେ କାହା ପାଇଁ ଏଭଳି ଚରମ ପଦକ୍ଷେପ ନେଇଛନ୍ତି ସେଥିରେ ଲେଖିଥିବା ଜଣାପଡ଼ିଛି ।

Advertisment

publive-image

କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଚିକାମ୍ବ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଥିବା ଚିତ୍ତରଂଜନ ପଣ୍ଡା ଡେପୁଟେସନରେ ଆସି କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କିରାଣୀ ଭାବେ କାମ କରୁଥିଲେ। ଗତକାଲି ତାଙ୍କ ମୃତଦେହ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ପ୍ରମୋଦ କୁମାର ପଣ୍ଡାଙ୍କ  ବାସଭବନରୁ ମିଳିଛି।

sucide source- http://s3.india.com

ସୂଚନା ଅନୁସାରେ, ଗତକାଲି ସକାଳେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବାସଭବନକୁ ଆସିଥିଲେ। ପରେ ଶିକ୍ଷା ଅଧିକାରୀ କୌଣସି କାମରେ ବୈପାରୀଗୁଡା ଚାଲି ଯାଇଥିଲେ। ଶିକ୍ଷକ ଚିତ୍ତରଂଜନ ପଣ୍ଡା ଏକାକି ତାଙ୍କ ବାସଭବନରେ ରହିଥିଲେ। କିନ୍ତୁ ମଧ୍ୟାହ୍ନରେ ଶିକ୍ଷକଙ୍କ ପରିବାର ଲୋକେ ତାଙ୍କୁ ଫୋନ କରିବାରୁ ସେ ଉଠାଇ ନ ଥିଲେ। ସନ୍ଦେହ ହେବାରୁ ସେମାନେ ଶିକ୍ଷା ଅଧିକାରୀଙ୍କ ବାସଭବନକୁ ଆସିଥିଲେ। କିନ୍ତୁ ଏଥିରେ ତାଲା ପଡିଥିବା ଦେଖିବାକୁ ପାଇଥିଲେ। ଆଉ ଜଣଙ୍କୁ ଡାକି ବାସଭବନ ଖୋଲିବା ପରେ ଭିତରୁ ତାଙ୍କ ମୃତଦେହ ମିଳିଥିଲା।