ରାଜଧାନୀର ଏକ ହୋଟେଲରୁ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର । ରୁମରେ ଥିବା ଏକ ପଙ୍ଖାରେ ଝୁଲନ୍ତା ଅବସ୍ଥାରେ ଶବକୁ ଉଦ୍ଧାର କଲା ପୁଲିସ

Advertisment
ପ୍ରେମିକା ସାମ୍ନାରେ ଆତ୍ମହତ୍ୟାର ସିଧା ପ୍ରସାରଣ ! ଭିଡିଓ କଲିଂ ସମୟରେ ଯୁକ୍ତିତର୍କ ହେବାରୁ ବେଡ଼ସିଟ୍ ଲଗାଇ ସିଲିଂ ଫ୍ୟାନରେ ଝୁଲି ପଡ଼ିଲେ ପ୍ରେମିକ

କନକ ବ୍ୟୁରୋ: ରାଜଧାନୀର ଏକ ହୋଟେଲରେ ଯୁବକ ଓ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ଦୁଇ ଜଣ ପଶ୍ଚିମ ବଙ୍ଗ ହାୱଡା ଅଂଚଳର ବୋଲି ଜଣାପଡିଛି । ଗତ ୨୨ ତାରିଖରୁ ସେମାନେ ଭୁବନେଶ୍ୱରର ଅଶୋକନଗର ସ୍ଥିତ ସେନାପତି ପାଲେସରେ ରହୁଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହ ପୋଷ୍ଟ ମର୍ଟମ ପାଇଁ ପଠାଇଛି । ଅନ୍ୟପଟେ ଏହା ପ୍ରେମଜନିତ ଆତ୍ମହତ୍ୟା ବୋଲି ଅନୁମାନ କରୁଛି ପୋଲିସ । ସେଠାରୁ ଜବତ ହୋଇଥିବା ପରିଚୟପତ୍ରରେ ଯୁବତୀ ଜଣକ ବିବାହିତ ବୋଲି ଜଣାପଡିଛି । ପୋଲିସର ତନାଘନା ଜାରି ରହିଛି ।

ସୂଚନା ମୁତାବକ, ରାଜଧାନୀ ଅଶୋକ ନଗରସ୍ଥିତ ସେନାପତି ପାଲେସର ଏକ ରୁମରୁ ଗୁରୁବାର ସନ୍ଧ୍ୟାରେ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଯୁବକ ଓ ଯୁବତୀ ରହୁଥିବା ‘ହୋଟେଲ ସେନାପତି’ର ଏକ ନିଦ୍ଧିଷ୍ଟ ରୁମ୍ ଦୀର୍ଘ ସମୟ ପର୍ଯ୍ୟନ୍ତ ବନ୍ଦ ରହିବା ପରେ ସୂଚନା ପାଇ ଖାରବେଳ ନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ପହଞ୍ଚିବା ବେଳକୁ ହୋଟେଲ୍ ରୁମ୍ ବନ୍ଦ ଥିବାରୁ କବାଟ ଭଙ୍ଗା ଯାଇଥିଲା। ରୁମ୍ ଖୋଲିବା ବେଳକୁ ହୋଟେଲ୍ ରୁମର ଏକ ପଙ୍ଖାରେ ଯୁବତୀ ଜଣକ ନିଜର ଓଢ଼ଣୀ ଓ ଯୁବକ ଜଣକ ବାଇକରେ ବନ୍ଧା ଯିବା ପାଇଁ ଉଦ୍ଦିଷ୍ଟ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି।

ପ୍ରେମ ଜନିତ ସମସ୍ୟା ନେଇ ପ୍ରେମୀଯୁଗଳ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୁଲିସ ସୂଚନା ଦେଇଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପ୍ରେମୀ ଯୁଗଳ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ସେମାନେ ହାଓ୍ଵଡାରୁ ଭୁବନେଶ୍ୱର ବୁଲିବାକୁ ଆସିଥିଲେ ଓ ହୋଟେଲରେ ରହୁଥିଲେ। ଆଜି ସକାଳୁ ଦୀର୍ଘ ସମୟ ପର୍ଯ୍ୟନ୍ତ ରୁମ୍ ବନ୍ଦ ହେବା ପରେ ହୋଟେଲ ମାଲିକ ପୁଲିସକୁ ସୂଚନା ଦେଇଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe