କନକ ବ୍ୟୁରୋ: ନିଖୋଜ ଜେଇଙ୍କ ମୃତଦେହ ଉଦ୍ଧାର । ଜୟପୁରର ବୋରିଗୁମ୍ମା ବ୍ଲକର ଗ୍ରାମ୍ୟ ଜଳ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ଏନ୍ ଭେଙ୍କଟେଶ୍ୱର ରାଓଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ । ବୋରିଗୁମ୍ମା ବ୍ଲକ ହରଡଗୁଡା ଜଙ୍ଗଲରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଗତକାଲି କ୍ଷେତ୍ର ପରିଦର୍ଶନରେ ଯାଇ ସେ ଆଉ ଘରକୁ ଫେରି ନଥିଲେ । ବହୁତ ସମୟ ଖୋଜାଖୋଜି ପରେ ତାଙ୍କ ସମ୍ପର୍କରେ କୌଣସି ଖବର ନମିଳିବାରୁ ପରିବାର ଲୋକେ ବିସିଂଗପୁର ଥାନାରେ ଏତଲା ଦେଇଥିଲେ । ପୋଲିସ ଏବଂ ବିଭାଗୀୟ ଅଧିକାରୀଙ୍କ ୨ଟି ଟିମ୍ ଖୋଜାଖୋଜି କରିଥିଲେ । ବୋରିଗୁମ୍ମା ବ୍ଲକର ହରଡାଗୁଡା ଅଂଚଳକୁ କ୍ଷେତ୍ର ପରିଦର୍ଶନରେ ଯାଇଥିଲେ ନ୍ ଭେଙ୍କଟେଶ୍ୱର ରାଓ । ସାଥୀରେ ଥିଲେ ପୁରା ଟିମ । କନିଷ୍ଠ ଯନ୍ତ୍ରୀ ଏନ୍ ଭେଙ୍କଟେଶ୍ୱର ରାଓଙ୍କୁ ଛାଡି ଟିମର ସମସ୍ତେ ଘରକୁ ଫେରି ଆସିଥିଲେ ।
ସୂଚନା ମୁତାବକ ଗତକାଲି ବୋରିଗୁମ୍ମା ବ୍ଲକର ଗ୍ରାମ୍ୟ ଜଳଯୋଗାଣ ବିଭାଗର ଏକ ଗାଡ଼ି ଯୋଗେ କିଛି ପ୍ରକଳ୍ପର କାର୍ଯ୍ୟ ତଦାରଖ କରିବା ପାଇଁ ଏସଡିଓ, ଦୁଇଜଣ କନିଷ୍ଠ ଯନ୍ତ୍ରୀ ଏବଂ ଦୁଇଜଣ ଠିକାଦାର ମିଶି ହରଡ଼ାଗୁଡ଼ାକୁ ଯାଇଥିଲେ। ହେଲେ ସେଠାରୁ କନିଷ୍ଠ ଯନ୍ତ୍ରୀ ଏମ୍.ଭେଙ୍କଟ ରାଓ ନିଖୋଜ ହୋଇ ଯାଇଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କର ପତ୍ତା ମିଳି ନଥିଲା। ଏହାପରେ ବିଭାଗ ପକ୍ଷରୁ ଗତକାଲି ସନ୍ଧ୍ୟାରେ ବି.ସିଂହପୁର ଥାନାରେ ଏତଲା ଦିଆଯାଇଥିଲା।
ଅନ୍ୟପଟେ ଘଟଣାର ୨୪ଘଣ୍ଟା ପରେ ବି ଯନ୍ତ୍ରୀ ଏମ୍. ଭେଙ୍କଟ ରାଓଙ୍କର କୌଣସି ଖବର ମିଳୁ ନଥିବା ଓ ତାଙ୍କ ଫୋନ ମଧ୍ୟ ଲାଗୁ ନଥିବା ହେତୁ ପରିବାର ଲୋକେ ବ୍ୟସ୍ତ ହୋଇ ପଡ଼ିଥିଲେ। ଏହାକୁ ନେଇ ତାଙ୍କ ସ୍ତ୍ରୀ ବୋରିଗୁମ୍ମା ଏସଡିପିଓ ହରେକୃଷ୍ଣ ମାଝିଙ୍କୁ ଭେଟି ସ୍ବାମୀଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ ନିବେଦନ କରିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/33-1.png)
/kanak/media/post_attachments/wp-content/uploads/2020/01/jee.png)
/kanak/media/post_attachments/wp-content/uploads/2020/01/vlcsnap-2020-01-07-16h27m45s29.png)