କନକ ବ୍ୟୁରୋ: ଢ଼େଙ୍କାନାଳ ବନଖଣ୍ଡ ଭୁବନର ଚାଷ ଜମିରେ ଦନ୍ତାହାତୀର ମୃତଦେହ ଉଦ୍ଧାର ହୋଇଛି । ଚାଷ ଜମିରେ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦନ୍ତାର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ହାତୀଟିର ଅନୁମାନିକ ବୟସ ପ୍ରାୟ ୨୫ ରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ସୂଚନା ରହିଛି । ହାତୀଟିର ଶୁଣ୍ଢଟି ବିଦ୍ୟୁତତାର ସହିତ ଗଭୀରଆଘାତ ଏବଂ ରକ୍ତାକ୍ତ ହୋଇଥିବା ଦେଖିବାକୁ ମିଳିଛି । ଗତକାଲି ସେହି ଅଂଚଳରେ ଦୁଇଟି ହାତୀ ବୁଲୁଥିବା ବେଳେ ଆଜି ଗୋଟିଏ ଦନ୍ତାହାତୀର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଜାରି ରଖିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us