କନକ ବ୍ୟୁରୋ: ସାରା ରାତି ଟ୍ରଲି ଉପରେ ପଡି ରହିଲା ମୃତଦେହ । କାହାର କିନ୍ତୁ ନଜର ପଡିଲାନି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଂଚଳରେ । ବିନିକା ଗୋଷ୍ଠୀ ସ୍ୱସ୍ଥ୍ୟକେନ୍ଦ୍ର ନିକଟରେ ଏକ ଟ୍ରଲିରେ ବେଡସିଟ୍ ଘୋଡାଯାଇ ମୃତ ଦେହ ପଡିଥିବା ସାମ୍ନାକୁ ଆସିଛି । ସୂଚନା ଅନୁସାରେ ଏହି ମୃତଦେହଟି ପୂଜା ସାହୁ ନାମକ ଜଣେ ମହିଳାଙ୍କର । ଶୁକ୍ରବାର ରାତିରେ ନିଆଁରେ ପୋଡି ହୋଇ ଗୁରୁତର ଅବସ୍ଥାରେ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି ହୋଇଥିଲେ ମହିଳା ଜଣକ । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିବା ପରଠାରୁ ଟ୍ରଲି ଉପରେ ଶବ ପଡି ରହିଥିଲା । ସେପଟେ ମୃତ ପୂଜାଙ୍କ ପରିବାର ଲୋକଙ୍କ ବିନିକା ଥାନାରେ ପୂଜାଙ୍କୁ ତାଙ୍କ ସ୍ୱାମୀ ପୋଡି ମାରିଦେଇଥିବା ଅଭିଯୋଗ ଆଣି ଏତଲା ଦାଏର କରିଛନ୍ତି ।

Advertisment

publive-image

ଉଲ୍ଲେଖ ଥାଉ କି, ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ପୂଜା ସାହୁ (୨୧) ନାମକ ଜଣେ ବିବାହିତା ମହିଳା ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇଥିଲେ। ତା’ପରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କୁ ବିନିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଯେତେବେଳେ ପୂଜା ନିଜ ଦେହରେ ନିଆଁ ଲଗାଇଥିଲେ, ସେତେବେଳେ ଘରେ ତାଙ୍କ ସ୍ବାମୀ ଦୋଳାମଣି ସାହୁ ଅନୁପସ୍ଥିତ ଥିବା କୁହାଯାଉଛି। ହେଲେ, ଘରେ ପୂଜାଙ୍କର ଶାଶୂ, ଶ୍ବଶୁର ଉପସ୍ଥିତ ଥିଲେ। ତେବେ ପୂଜାଙ୍କୁ ଶାଶୂଘର ଲୋକେ ମାରି ଦେଇଥିବା ନେଇ ବାପଘର ଲୋକେ ଅଭିଯୋଗ ଆଣିଛନ୍ତି ।