କରୋନାର କରୁଣ ଚିତ୍ର । ସଂକ୍ରମଣ ଭୟରେ ଶବ ସତ୍କାର ପାଇଁ ମିଳିଲାନି କାନ୍ଧ । ଗଂଜାମ ଜିଲ୍ଲା ବୁଗୁଡ଼ା ଏନଏସି ଅଂଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ ।

429

କନକ ବ୍ୟୁରୋ : କରୋନାର କରୁଣ ଚିତ୍ର । ସଂକ୍ରମଣ ଭୟରେ ଶବ ସତ୍କାର ପାଇଁ ମିଳିଲାନି କାନ୍ଧ । ଗଂଜାମ ଜିଲ୍ଲା ବୁଗୁଡ଼ା ଏନଏସି ଅଂଚଳରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ବୁଗୁଡ଼ା ଅଂଚଳର ଜଣେ ଯୁବ ବ୍ୟବସାୟୀଙ୍କ ୮ରୁ ୧୦ ଦିନ ହେବ ଜ୍ୱରରେ ପୀଡିତ ଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି । ତେବେ ତାଙ୍କର ପୂର୍ବରୁ ସ୍ୱାବ ସଂଗ୍ରହ କରାଯାଇନଥିବା ବେଳେ ତାଙ୍କର କରୋନାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ଲୋକେ ତାଙ୍କ ପାଖକୁ ଆସିନଥିଲେ । ଏପରିକି ମର ଶରୀରକୁ ମଧ୍ୟ କାନ୍ଧ ଦେଇନଥିଲେ ଲୋକେ ।

ଫଳରେ ଏକ ଟ୍ରଲି ସାହାର୍ଯ୍ୟରେ ନେଇ ସକ୍ରାର କରାଯାଇଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ସର୍ଚ୍ଚ ସୃଷ୍ଟି ହୋଇଛି । ସେପଟେ ସେହି ଅଂଚଳରେ ଗତ ସପ୍ତାହକ ଭିତରେ ଅନେକ ଲୋକଙ୍କର ଏପରି ଆକସ୍ମିକ ଭାବେ ମୃତ୍ୟୁ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି ।