କନକ ବ୍ୟୁରୋ : ନ୍ୟାୟ ପାଇଁ ୨ ବର୍ଷ ଧରି ଶବକୁ ସାଇତି ରଖିଛନ୍ତି ଗାଁ ଲୋକେ । ମଥାରୁ ନକ୍ସଲର ଦାଗ ହଟିବା ପରେ ଶବର ଅନ୍ତିମ ସଂସ୍କାର କରିବେ ପରିବାର ମା’ ଓ ସ୍ତ୍ରୀ । ଏପରି ଚାଞ୍ଚଲ୍ୟକର ଖବର ଆସିଛି ଛତିଶଗଡ ଦାନ୍ତେୱାଡା ଜିଲ୍ଲାରୁ । ଦୁଇ ବର୍ଷ ତଳେ ଦାନ୍ତେଓାଡା ଜିଲ୍ଲା କିରନ୍ଦୁଲର ଘଞ୍ଚ ଜଙ୍ଗଲ ଭିତରେ ଥିବା ଗମପୁର ଗାଁରେ ଏକ ଏନକାଉଣ୍ଟରରେ ବଦରୁ ମାଡବି ମାନକ ଯୁବକ ମୃତ୍ୟୁବରଣ କରିଥିଲେ । ବଦରୁ ଗାଙ୍ଗୁଲର ଏରିଆ କମିଟିର ମେଡିକାଲ ଟିମ ଦାୟିତ୍ୱରେ ଥିଲେ ଓ ବୋମା ତିଆରିରେ ସିଦ୍ଧହସ୍ତ ଥିଲେ ବୋଲି ପୁଲିସ ଦାବି କରିଛି ।

Advertisment

ତେବେ ବଦରୁଙ୍କ ମାଓବାଦୀଙ୍କ ସହ କୌଣସି ସମ୍ପର୍କ ନ ଥିଲା ଏବଂ ୧୯ ମାର୍ଚ୍ଚ ୨୦୨୦ ସକାଳ ୭.୩୦ ମିନିଟ ସମୟରେ ବଦରୁକୁ ଯବାନମାନେ ଧରି ହତ୍ୟା କରିଥିବା ତାଙ୍କ ସାନ ଭାଇ ଦେଖି ଥିବା ଅଭିଯୋଗ ହୋଇଛି । ସେ କହିଛନ୍ତି ଯେ, ବଦରୁ ଏବଂ ସେ ମହୁଲ ଫୁଲ ତୋଳିବା ବେଳେ ପ୍ରଥମେ ଯବାନମାନେ ଘେରିଯାଇ ବିନା କାରଣରେ ବଦରୁଙ୍କୁ ଗୁଳିକରି ହତ୍ୟା କରିଥିଲେ । ଏହାପରେ ସାନୁ ସେଠାରୁ ଖସି ଦୌଡି ପଳାଇଥିଲେ । ତେଣୁ ମିଥ୍ୟା ଏନକାଉଣ୍ଟର ପ୍ରତିବାଦରେ ଶବକୁ ସାଇତି ରଖାଯାଇ ଅଦାଲତରେ ପାଲଟା ମାମଲା ଦାୟର ହୋଇଛି । ଗାଁ ମୁଣ୍ଡରେ ଥିବା ଏକ ମଶାଣିରେ ଶବକୁ ତେଲ, ହଳଦୀ ଓ ଦେଷୀ ଔଷଧର ଲେପ ଦେଇ ୬ ଫୁଟ ଗାତ ତଳେ ସାଇତି କରି ରଖାଯାଇଛି ।

ଗ୍ରାମବାସୀଙ୍କ କହିବାନୁଯାୟୀ, ବଦରୁ କେବେ ବି ମାଓ ସଙ୍ଗଠନରେ କାର୍ଯ୍ୟ କରିନାହିଁ । ତାକୁ ବିନା କାରଣରେ ମାରିଦିଆଯାଇଛି । ତେବେ ନ୍ୟାୟ ନ ପାଇବା ଯାଏଁ ତାଙ୍କ ମରଶରୀରକୁ ଏଭଳି ରୂପେ ସାଇତି ରଖିବୁ ବୋଲି ଗ୍ରାମବାସୀ ଓ ପରିବାର ଲୋକେ କହିଛନ୍ତି । ତେବେ ଏହି ମାମଲାରେ ଉଚ୍ଚସ୍ତରୀୟ ତଦନ୍ତ କରି ବଦରୁକୁ ନ୍ୟାୟ ଦେବାକୁ ଗ୍ରାମବାସୀ ଦାବି କରୁଥିବା ବେଳେ ବଦରୁଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ଦାବି ହେଉଛି । ତେବେ ଗାଁ ଓ ପରିବାର ଲୋକଙ୍କ ଆଶା ଶବର ପୁନଃ ପୋଷ୍ଟ ମର୍ଟମ ହେବ ଏବଂ ସେମାନେ ନ୍ୟାୟ ପାଇବେ । ଏବଂ ପୁଅ ବଦରୁଙ୍କ ମଥାରେ ଲାଗି ଥିବା ମାଓବାଦୀ ଦାଗ ହଟିବ । ବସ୍ତର ଅଂଚଳର ପ୍ରସିଦ୍ଧ ୟୁଟ୍ୟୁବର ରାନୁ ତିଓାରି ଘଞ୍ଚ ଜଙ୍ଗଲରେ ଯାଇ ଏହି ଭିଡିଓ ପ୍ରସ୍ତୁତ କରିବା ପରେ ଦେଶବ୍ୟାପୀ ଏହି ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ।