ସୁଟକେଶରୁ ମିଳିଲା ମୃତ ଦେହ । ଜଙ୍ଗଲ ଭିତରେ ସନ୍ଦେହଜନକ ଭାବେ ପଡିଥିଲା ସୁଟକେଶ

375

କନକ ବ୍ୟୁରୋ : ସୁଟକେଶ ଭିତରୁ ମିଳିଲା ମୃତଦେହ । ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ନିକଟସ୍ଥ ହରିପୁର ଜଙ୍ଗଲରୁ ଏହି ମୃତଦେହ ଉଦ୍ଧାର କରାଯାଇଛି । ଜଙ୍ଗଲ ଭିତରେ ସନ୍ଦିଗ୍ଧ ଅବସ୍ଥାରେ ସୁଟକେଶ ଦେଖିବା ପରେ ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ । ନାଚୁଣୀଥାନା ପୁଲିସ ଘଟଣାସ୍ଥଳରେ ସୁଟକେଶ ଖୋଲିବା ପରେ ସେଥିରେ ମୃତଦେହ ଥିବା ଦେଖିବାକୁ ମିଳିଥିଲା ।

ତେବେ ଏହି ମୃତଦେହ କାହାର? କିଭଳି ଏଠାରେ ପହଁଚିଥିଲା ? ସୁଟକେଶ ଭିତରେ ଶବକୁ ପୂରାଇ କିଏ ଜଙ୍ଗଲ ଭିତରେ ଛାଡି ଦେଇଗଲା ସେନେଇ ପ୍ରଶ୍ନ ଉଠିଛି । ହତ୍ୟାକାଣ୍ଡ ଦିଗରେ ପୁଲିସ ତଦନ୍ତ ଆରମ୍ଭ କରିଛି । ସାଇନଟିଫିକ ଓ ଡ୍ରଗ୍ସ ସ୍କ୍ୱାର୍ଡ ଟିମ ତଦନ୍ତରେ ସାମିଲ ହୋଇଛନ୍ତି ।

ଏହା ଗୋଟିଏ ହତ୍ୟାକାଣ୍ଡ ବୋଲି ସନ୍ଦେଗ କରି ସେହି ଦିଗରେ ପୋଲିସର ତଦନ୍ତ ଆରମ୍ଭ କରିଛି । ଜଙ୍ଗଲ ମଧ୍ୟରେ ସନ୍ଦେହଜନକ ଭାବେ ସୁଟକେସ୍ ଭିତରୁ ମୃତ ଦେହ ମିଳିବା ଘଟଣା ସାରା ଅଞ୍ଚଳରେ ଏକ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସେପଟେ ପୋଲିସ ପାଇଁ ଏହି ଘଟଣା ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଆଗକୁ ତଦନ୍ତ ପରେ ଜଣାପଡିପାରେ ପ୍ରକୃତ ଘଟଣା