ମଣ୍ଡପ କର୍ମଚାରୀଙ୍କୁ ମାରିଲା କିଏ ?

98

କନକ ବ୍ୟୁରୋ : ଭୁବନେଶ୍ୱର ଇନଫୋସିଟି ଥାନା ଅଂଚଳର ଏକ ଘରୋଇ ମଣ୍ଡପରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତକଙ୍କ ନାଁ ପ୍ରକାଶ ବଳ । ତାଙ୍କ ଘର ଯାଜପୁର ଅଂଚଳରେ ବୋଲି ଜଣାପଡ଼ିଛି । ସେ ପ୍ରାୟ ୫ ବର୍ଷ ହେବ ସେହି ମଣ୍ଡପରେ କାର୍ଯ୍ୟ କରୁଥିଲେ । ଖବର ପାଇ ତାଙ୍କ ସମ୍ପର୍କୀୟମାନେ ଭୁବନେଶ୍ୱର ପହଞ୍ଚିଛନ୍ତି । ପ୍ରକାଶଙ୍କୁ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଅନ୍ୟପଟେ ମଣ୍ଡପ ମାଲିକଙ୍କ କହିଛନ୍ତି ଏକ ରୁମରୁ ପ୍ରକାଶଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଏନେଇ ପୋଲିସକୁ ସୂଚନା ଦିଆଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଂଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ପ୍ରକାଶଙ୍କ ମୃତ୍ୟୁକୁ ନେଇ ଭିନ୍ନ ଭିନ୍ନ କଥା ସାମ୍ନାକୁ ଆସୁଛି । ଲକଡାଉନ ସମୟରେ ଟଙ୍କା ଅଭାବରୁ ଚାପରେ ଥିଲେ ପ୍ରକାଶ । ଚାପ ସହି ନପାରି ଜୀବନ ହାରିବାକୁ ନିଷ୍ପତ୍ତି ନେଲେ । ଶେଷରେ ଆତ୍ମହତ୍ୟା କଲେ । ନା ଆଉ କିଛି କାରଣ ରହିଛି । ଭୁବନେଶ୍ୱର ଇନଫୋସିଟି ଥାନା ଅଞ୍ଚଳର ଏକ ଘରୋଇ ମଣ୍ଡପ ଭିତରୁ ପ୍ରକାଶଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେବା ସହ ଏକ ସୁଇସାଇଡ ନୋଟ ଜବତ କରିଛି ପୋଲିସ । ଆର୍ଥିକ ଚାପ ସହିନପାରି ଆତ୍ମହତ୍ୟା କରୁଥିବା ସୁଇସାଇଡଲ ନୋଟରେ ଲେଖାଯାଇଥିବା ପୋଲିସ ସୂଚନା ଦେଇଛି ।

ତେବେ ଏହା ଆତ୍ମହତ୍ୟା ନୁହଁ ବରଂ ହତ୍ୟା କରାଯାଇଥିବା ପ୍ରକାଶଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ସୁଇସାଇଡଲ ନୋଟ ପ୍ରକାଶ ନୁହଁ ଆଉ କେହି ଲେଖିଥିବା ପ୍ରକାଶଙ୍କ ଭାଇ କହିଛନ୍ତି । ହତ୍ୟାମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି । ହ୍ୟାଣ୍ଡରାଇଟିଙ୍ଗ ବ୍ୟୁରୋକୁ ସୁସାଇଡାଲ ନୋଟ ପଠାଇବା ସହ ଅଧିକ ପ୍ରମାଣ ପାଇଁ ଫରେନସିକ ବ୍ୟୁରୋକୁ ପଠାଯିବ ମୋବାଇଲ । ୫ ବର୍ଷ ହେବ ଏହି ମଣ୍ଡପ ରେ କାମ କରିଆସୁଥିଲେ ପ୍ରକାଶ । ଅନ୍ୟପଟେ ମଣ୍ଡପ ପରିଚାଳକଙ୍କ କହିବା ଅନୁଯାୟୀ ପ୍ରକାଶ ସବୁବେଳେ ମୋବାଇଲରେ ଗେମ ଖେଳୁଥିଲେ । ଅନଲାଇନ ଗେମରେ ଟଙ୍କା ଲଗାଇଥାଇପାରନ୍ତି ବୋଲି ମଣ୍ଡପ ପରିଚାଳକ କହିଛନ୍ତି ।