ଭୂତାଣୁ ଭୟରେ ଶବକୁ ଛୁଉଁ ନାହାନ୍ତି ଲୋକ: ଗଂଜାମ ବୁଗୁଡ଼ାରେ ଟ୍ରଲିରେ ମୃତଦେହ ବୋହିଲେ ପରିବାର ଲୋକ; ଏପଟେ ବାଙ୍କୀରେ ଦୁଇ ଦିନ ହେବ ରାସ୍ତା ଉପରେ ପଡିଛନ୍ତି ବୃଦ୍ଧା

କରୋନା ଭୟରେ କେହି ମାଡୁନାହାନ୍ତି ପାଖ

308

କନକ ବ୍ୟୁରୋ : କରୋନା ଛଡାଇନେଲା ମଣିଷ ପଣିଆ । ବାଙ୍କୀ ଚର୍ଚ୍ଚିକା ସାହିର ରାସ୍ତାରେ ଜଣେ ବୃଦ୍ଧା ଦୁଇ ଦିନ ହେଲା ପଡି ରହିଛନ୍ତି । ହେଲେ ବୃଦ୍ଧାଙ୍କୁ ରାସ୍ତା ଉପରୁ ଉଠାଇବାକୁ କେହି ଆସୁ ନାହାନ୍ତି । ସେହି ରାସ୍ତା ଦେଇ ଲୋକେ ଚଳ ପ୍ରଚଳ କରୁଛନ୍ତି, କାଁ ଭାଁ ମୋଟର ସାଇକେଲ ମଧ୍ୟ ଯାଉଛି । ହେଲେ ବୃଦ୍ଧାଙ୍କୁ ମଧ୍ୟ ରାସ୍ତାରୁ ଉଠିବାରେ ସହାୟତା କରିବା କିମ୍ବା ମେଡିକାଲକୁ ନେବା ପାଇଁ ସହୟତା କରିବାକୁ କେହି ଆଗେଇ ଆସୁ ନାହାନ୍ତି ।

ଗତ ଦୁଇ ଦିନ ହେଲା ଚର୍ଚ୍ଚିକା ସାହିର ଏହି ୭୫ ବର୍ଷିୟ ବୃଦ୍ଧା ରୋଗଗ୍ରସ୍ତ ହୋଇ ରାସ୍ତାରେ ପଡି ରହିଛନ୍ତି । ହେଲେ ତାଙ୍କୁ ସହୟତା ପାଇଁ ଜଣେ ବି ଆଗେଇ ନ ଆସିବା ସଭ୍ୟ ସମାଜ ପ୍ରତି ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । କରୋନା ଭୟ ଯେମିତି ଲୋକଙ୍କ ମଧ୍ୟରୁ ମଣିଷପଣିଆକୁ ମାରି ଦେଇଛି । ଆଖି ଆଗରେ ଜଣେ ବୃଦ୍ଧା ଅସହାୟ ହୋଇ ପଡି ରହିଛନ୍ତି, ହେଲେ ସହାୟତା ପାଇଁ କେହି ନ ଆସିବା ଆମ ସଭ୍ୟ ସମାଜ ଉପରେ ପ୍ରଶ୍ନ ସୃଷ୍ଟି କରିଛି ।