ପୁଣି ଶବକୁ ଅସମ୍ମାନ... ମିଳିଲାନି ମହାପ୍ରୟାଣ ଗାଡ଼ି । ବାଇକରେ ଦେଢ଼ କିମି ବାଟ ମୃତଦେହକୁ ବୋହିଲେ ସଂପର୍କୀୟ

ପୁଣି ଶବକୁ ଅସମ୍ମାନ... ମିଳିଲାନି ମହାପ୍ରୟାଣ ଗାଡ଼ି । ବାଇକରେ ଦେଢ଼ କିମି ବାଟ ମୃତଦେହକୁ ବୋହିଲେ ସଂପର୍କୀୟ

କନକ ବ୍ୟୁରୋ: ମିଳିଲାନି ମହାପ୍ରୟାଣ ଗାଡ଼ି । ବାଇକ୍ରେ ଦେଢ଼ କିଲୋମିଟର ବାଟ ବୁହା ହେଲା ଶବ । ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଅଂଚଳରେ ଦେଖିବାକୁ ମିଳିଛିି ଏହି ଅଭାବନୀୟ ଘଟଣା । ଖବର ଅନୁସାରେ ଜିରାବାଡ଼ି ଗାଁର ନୀଳ ମାଧବ ପ୍ରଧାନ ଗାଁ ଛକରେ ଚା ପିଇବାକୁ ଆସିଥିଲେ । ହଟାତ ଛାତିରେ ଯନ୍ତ୍ରଣା ହେବାରୁ ତଳେ ପଡ଼ି ଯାଇଥିଲେ । ସ୍ଥାନୀୟ ଲୋକ ଉଦ୍ଧାର କରି ତାଙ୍କୁ ମେଡ଼ିକାଲରେ ଭର୍ତି କରାଇଥିଲେ । ହେଲେ ସେଠାରେ ତାଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ ।

ପରିବାର ଲୋକେ ମହାପ୍ରୟାଣ ଗାଡ଼ିରେ ଶବ ନେବାକୁ ଡ଼ାକ୍ତରଙ୍କୁ  କହିଥିଲେ । କିନ୍ତୁ ମହାପ୍ରୟାଣ ଗାଡ଼ିର ସୁବିଧା ନଥିବା କହିଥିଲେ ଡ଼ାକ୍ତର । ମୃତକଙ୍କ ସମ୍ପର୍କୀୟ ଘରୋଇ ଆମ୍ବୁଲାନ୍ସ, ଅଟୋକୁ ଯୋଗାଯୋଗ କରିଥିଲେ । କିନ୍ତୁ ଶବ ନେବା ପାଇଁ କୌଣସି ଗାଡ଼ି ମଳିନଥିଲା । ବାଧ୍ୟ ହୋଇ ବାଇକରେ ନୀଳ ମାଧବଙ୍କ ମୃତ ଦେହକୁ ବାଇକରେ ବସାଇ ଘରକୁ ଆଣିଥିଲେ ସମ୍ପର୍କୀୟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe