କନକ ବ୍ୟୁରୋ: ପୁଣି ବାଇକରେ ବୁହାହେଲା ଶବ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟରେ । ଗତକାଲି ରାତି ପ୍ରାୟ ୧୨ଟା ୩୦ରେ ଉମରକୋଟର ଗୋପବନ୍ଧୁ ଛକରେ ଏକ ବାଇକ ଉପରେ ଶବ ବାନ୍ଧି ଦୁଇ ଜଣ ବୋହି ନେଉଥିବା ଦେଖିବାକୁ ମିଳିଥିଲା । ସୂଚନା ଅନୁଯାୟୀ ଜଣାପଡିଛି ଯେ ରାଇଘର ବ୍ଲକର କୁଡୁମୁଁଧରା ଗ୍ରାମର ବଳି ଶାନ୍ତା ଭାଇସବନ୍ଧା ଗାଁକୁ ଯାଇଥିଲେ ।
ସେଠାରେ ବଳିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । କିନ୍ତ ଆମ୍ବୁଲାନ୍ସ ଠିକ୍ ସମୟରେ ପହଞ୍ଚି ନଥିଲା। ଫଳରେ କିଛି ସମୟ ପରେ ବଳିଙ୍କର ମୃତ୍ୟୁ ହୋଇଥିଲା । ବଳିଙ୍କ ଶବକୁ ଭାଇସବନ୍ଧଠାରୁ କୁଡୁମୁଧରାକୁ ନେବାକୁ ଶବବାହାକ ଗାଡିକୁ ଯୋଗାଯୋଗ କରିଥିଲେ । ହେଲେ ଶବ ବାହାକ ଗାଡି ମଧ୍ୟ ଆସିନଥିଲା । ଫଳରେ ବାଧ୍ୟ ହୋଇ ତାଙ୍କ ପୁଅ ସମ୍ପର୍କୀୟ ଏକ ବାଇକ୍ ଯୋଗେ ମୃତ ଦେହକୁ ଗାଁକୁ ବୋହି ନେଉଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/SABA.jpg)
/kanak/media/post_attachments/wp-content/uploads/2019/09/Screen-Shot-2019-09-16-at-12.35.25-PM-300x198.png)