କନକ ବ୍ୟୁରୋ : ପରିତ୍ୟକ୍ତ ପଥର ଖାଦାନରେ ଭାସୁଛି ଦୁଇ ଯୁବକଙ୍କ ମୃତଦେହ । ନୀଳଗିରି ମଛୁଆ ଗାଁ ନିକଟରେ ଥିବା ପରିତ୍ୟକ୍ତ ଖାଦାନ ନିକଟରୁ ଦୁଇ ଯୁବକଙ୍କ ମୃତଦେହ ସହ ଜୋତା ଓ ଗାଡ଼ି ଉଦ୍ଧାର କରାଯାଇଛି । ସେଠାରେ ରକ୍ତ ଛିଟା ପଡ଼ିଥିବା ଦେଖିବାକୁ ମିଳିଛି । କାଂଶ ଗାଁର ସନ୍ତୋଷ ରାଉତଙ୍କ ପୁଅ ଭବାନୀ ଶଙ୍କର ଓ ସଂଜୟ ମହାପାତ୍ରଙ୍କ ପୁଅ ମନୋରଞ୍ଜନ ୫ ଦିନ ହେଲା ନିଖୋଜ ଥିବା ବେଳେ ଏବେ ମୃତଦେହ ଭାସୁଥିବାରୁ ସନ୍ଦେହ ସୃଷ୍ଟି ହୋଇଛି । ସେହି ମୃତଦେହ ତାଙ୍କର ନାଁ ଆଉ କାହାର ତାହା ତଦନ୍ତ ପରେ ଜଣାପଡ଼ିବ ।

ଗତ ୫ ତାରିଖ ରାତିରେ ମିତ୍ରପୁର ଯାଉଛୁ କହି ଘରୁ ବାହାରିଥିଲେ ମନୋରଞ୍ଜନ ଓ ଭବାନୀ । ହେଲେ ଆଉ ଘରକୁ ଫେରିନଥିଲେ । ପରବର୍ତ୍ତୀ ସମୟରେ ସେମାନଙ୍କ ଫୋନ ମଧ୍ୟ ଲାଗୁନଥିଲା । ଅନ୍ୟପଟେ ପରିତ୍ୟକ୍ତ ଖାଦାନରୁ ମିଳିଥିବା ମୃତଦେହ ଉଦ୍ଧାର ପରେ ପୋଲିସ ଏହାର ତଦନ୍ତ କଲେ ମୃତଦେହ କାହାର ତାହା ସ୍ପଷ୍ଟ ହୋଇପାରିବ ।