କନକ ବ୍ୟୁରୋ: ଗଙ୍ଗା ନଦୀରେ ଭାସୁଥିବା ଅଚିହ୍ନା ମୃତଦେହକୁ ଟାୟାର ଜାଳି କିଛି ପୋଲିସ କର୍ମଚାରୀ ପୋଡି ଦେଇଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି କି ପେଟ୍ରୋଲ ଡିଜେଲ ଢାଳି ଶବ ଗୁଡିକପୋଡୁଥିବାର ନଜର ଆସିଛି । ତେବେ ଏହି ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ୫ ଜଣ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି ।
କରୋନା ମହାମାରୀ କେତେ ଭୟଙ୍କର ହୋଇ ତାହା ଗଙ୍ଗା ନଦୀରେ ଭାସୁଥିବା ମୃତଦେହକୁ ଦେଖିଲେ ଜଣାପଡୁଛି । ଶହ ଶହ ମୃତ ଦେହ ଗଙ୍ଗା ନଦୂରେ ଭାସୁଥିବାର ଦେଖିବାକୁ ମିଳିଛି । ତେବେ ଏସବୁ କୋଭିଡ ରୋଗୀଙ୍କ ମୃତଦେହ ବୋଲି ସନ୍ଦେହ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/deade-sixteen_nine.jpg)