କନକ ବ୍ୟୁରୋ : ପୁଣି ଆଇପିଏଲକୁ ଫେରିପାରନ୍ତି ଡିଭିଲିୟର୍ସ । ତାହା ବି ପୁଣି ବାଙ୍ଗାଲୋର ଟିମରେ । କିନ୍ତୁ ଖେଳାଳୀ ଭାବେ ନୁହେଁ ବରଂ ମେଣ୍ଟର ଭାବେ । କିଛି ଏଭଳି ଚର୍ଚ୍ଚା ଏବେ ଆରମ୍ଭ ହୋଇଛି । ମାର୍ଚ୍ଚ ୧୨ ତାରିଖରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ୍ ପକ୍ଷରୁ ବଡ ଘୋଷଣା କରାଯିବ । ଯେଉଁଥିରେ ଟିମର ଅଧିନାୟକଙ୍କ ନାଁ ଘୋଷଣା କରାଯିବ । କାରଣ ବିରାଟ କୋହଲି ଅଧିନାୟକ ଦାୟିତ୍ୱ ଛାଡିବା ପରେ ଏବେ ଦଳର ଅଧିନାୟକ ପଦ ଫାଙ୍କା ପଡିଛି । ତେଣୁ ଦଳ ଏବେ ନୂଆ ଅଧିନାୟକ ଖୋଜୁଛି ।

Advertisment

କେବଳ ଅଧିନାୟକ ନୁହଁନ୍ତିି ବରଂ ଦଳର ନୂଆ ମେଣ୍ଟରଙ୍କ ନାଁ ମଧ୍ୟ ଘୋଷଣା କରିପାରେ ବାଙ୍ଗାଲୋର । ଆଉ ମେଣ୍ଟର ଭାବେ ଡିଭିଲିୟର୍ସଙ୍କୁ ଦଳରେ ସାମିଲ କରିପାରେ ବାଙ୍ଗାଲୋର । ଯେହେତୁ ଡିଭିଲିୟର୍ସ ଦୀର୍ଘ ବର୍ଷ ଧରି ବାଙ୍ଗାଲୋର ଟିମ୍ ସହ ଜଡିତ ରହିଛନ୍ତି ତେଣୁ ତାଙ୍କୁ ଦଳ ଏହି ଗୁରୁଦାୟିତ୍ୱ ଦେଇପାରେ । ମହାନିଲାମୀ ପୂର୍ବରୁ ଡିଭିଲିୟର୍ସ ଆଇପିଏଲକୁ ଅଲବିଦା ସହ ଲିଗ୍ କ୍ରିକେଟରୁ ମଧ୍ୟ ସନ୍ନ୍ୟାସ ନେଇଥିଲେ । ତେବେ ଖେଳାଳୀ ଭାବେ ନହେଲା ନାହିଁ ବରଂ ଜଣେ ଅନୁଭବୀ କ୍ରିକେଟର ଭାବେ ଡିଭିଲିୟର୍ସଙ୍କୁ ମେଣ୍ଟର ଦାୟିତ୍ୱ ଦେବାକୁ ନିଷ୍ପତ୍ତି ନେଇପାରେ ବାଙ୍ଗାଲୋର । ଆଉ ଡିଭିଲିୟର୍ସ ଦଳ ସହ ଯୋଡି ହୋଇରହିବା ଜୁନିୟର କ୍ରିକେଟରଙ୍କୁ ନିଶ୍ଚୟ ପ୍ରେରଣା ଯୋଗାଇବ ।

ଆରସିବି ନିଜ ଟ୍ୱିଟର ପେଜରେ ଅନେକ ଗୁଡିଏ ଫଟୋ ସେୟାର କରିଛି । ଯେଉଁଥିରେ ମାର୍ଚ୍ଚ ୧୨ରେ ହେବାକୁ ଥିବା ଅନବକ୍ସିଙ୍ଗ ବାବଦରେ ସୂଚନା ଦିଆଯାଇଛି । ଚର୍ଚ୍ଚା ଅନୁଯାୟୀ, ଦକ୍ଷିଣ ଆଫ୍ରିକା କ୍ରିକେଟର ଫାଫ୍ ଡୁ ପ୍ଲେସିସଙ୍କୁ ବାଙ୍ଗାଲୋର ନିଜ ଟିମର ନୂଆ ଅଧିନାୟକ କରିପାରେ । ଆଇପିଏଲରେ ଡୁ ପ୍ଲେସିିସ ଚେନ୍ନାଇ ପକ୍ଷରୁ ଅଧିକ ମ୍ୟାଚ୍ ଖେଳିଛନ୍ତି । ଆଇପିଏଲରେ ଡୁ ପ୍ଲେସିସ ଏଯାବତ୍ ୧୦୦ଟି ମ୍ୟାଚ୍ ଖେଳିଥିବା ବେଳେ ୨୯୩୫ ରନ କରିଛନ୍ତି । ଯେଉଁଥିରେ ୨୨ଟି ଅର୍ଦ୍ଧଶତକ ସାମିଲ ରହିଛି । ଏପରିକି ଚାମ୍ପିୟନ ଚେନ୍ନାଇ ଟିମର ମଧ୍ୟ ସଦସ୍ୟ ରହି ସାରିଛନ୍ତି ଡୁ ପ୍ଲେସିସ ।