ଶାହାରୁଖ ଖାନଙ୍କ ଫିଲ୍ମ ‘ଦିଲୱାଲେ ଦୁଲହନିଆ ଲେ ଜାୟେଙ୍ଗେ’ ର ସ୍କ୍ରିନିଂ ପାଇଁ ପ୍ରସିଦ୍ଧ ମୁମ୍ବାଇର ସିନେମା ହଲ୍ ମରାଠା ମନ୍ଦିର । ଅନେକ ଦିନରୁ ଏଠାରେ ଶାହାରୁଖଙ୍କର ଏହି ଡିଡିଏଲଜେର ସ୍ପେଶାଲ ସ୍କ୍ରିନିଂ ଚାଲିଛି । ହେଲେ ମଙ୍ଗଳବାର ଦିନ କିଛି ଅଲଗା ଦେଖିବାକୁ ମିଳିଥିଲା । ସେଠାରେ ଥିବା ଲୋକ ଡିଡିଏଲଜେ ଦେଖିବାକୁ ନୁହେଁ ଶ୍ରଦ୍ଧା କପୁରଙ୍କର ଆଗାମୀ ଫିଲ୍ମ ‘ହସିନା’ର ଟ୍ରେଲର ଲଂଚ ପାଇଁ ପହଁଚିଥିଲେ । ଏହି ଅବସରରେ ହସିନାର ଚରିତ୍ରରେ ନଜର ଆସୁଥିବା ଶ୍ରଦ୍ଧା ଓ ହସିନାର ଭାଇ ଦାଉଦ୍ ଇବ୍ରାହିମଙ୍କ ଭୂମିକାରେ ଶ୍ରଦ୍ଧାଙ୍କ ଭାଇ ସିଦ୍ଧାନ୍ତ କପୁର ଓ ଫିଲ୍ମର ନିର୍ଦ୍ଦେଶକ ଅପୂର୍ବ ଲଖିୟା ମଧ୍ୟ ଉପସ୍ଥିତ ଥିଲେ ।
ଏହି ଫିଲ୍ମ ‘ହସିନା’ରେ ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତ କପୁରଙ୍କ ମୁଖ୍ୟ ଭୂମିକା ରହିଛି । ସେ ଫିଲ୍ମରେ ହସିନା ପାରକରଙ୍କର ଭାଇ ଦାଉଦ ଇବ୍ରାହିମ୍ ଭୂମିକାରେ ନଜର ଆସୁଛନ୍ତି । ଦୁଇ ଭାଇ ଭଉଣୀ ପ୍ରଥମ ଥର ଗୋଟିଏ ଫିଲ୍ମରେ ଏକାଠି ନଜର ଆସୁଛନ୍ତି ।