୨୬ ବର୍ଷ ପରେ ଆସୁଛି ‘DDLJ’ । ନୂଆ ଅନ୍ଦାଜରେ ଫିଲ୍ମର ମ୍ୟୁଜିକାଲ ରୂପ ଦେଖିବେ ପ୍ରଶଂସକ ।

217

କନକ ବ୍ୟୁରୋ: ବଲିଉଡରେ ଦର୍ଶକଙ୍କ ମନ ଚୋରେଇ ନେଇଥିବା ବ୍ଲକ ବଷ୍ଟର ‘ ଦିଲ ୱାଲେ ଦୁଲହନିଆଁ ଦିଲ ଲେ ଜାଏଁଗେ’ ପୁଣି ଫେରୁଛି । ୨୬ ବର୍ଷ ପରେ ଏପରି ଖବର ଦର୍ଶକଙ୍କ ପାଇଁ ଖୁସି ଆଣିଛି । ବଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରା ନିଜ ଫେମସ୍ ଫିଲ୍ମ ‘DDLJ’ ର ମ୍ୟୁଜିକକୁ ନୂଆ ରୂପରେ ପ୍ରସ୍ତୁତ କରୁଛନ୍ତି । ଏହାର ମ୍ୟୁଜିକ୍ ସହ ନିଜର ବୟଡୱେ ଡାଇରେକୋରିଆଲ ଡେବ୍ୟୁ କରାଯିବ ।

ଦୀର୍ଘ ୨୬ ବର୍ଷ ପରେ ‘DDLJ’ର ନୁଆ ମ୍ୟୁଜିକାଲ ଫ୍ରେମ୍ ଫ୍ୟାନ ମାନଙ୍କୁ ଭେଟି ଦେବାକୁ ଯାଉଛନ୍ତି ଆଦିତ୍ୟ ଚୋପ୍ରା । ଏଥିରେ ‘ରାଜ’ ଓ ‘ସିମରନ୍’ଙ୍କ ପ୍ରେମକାହାଣୀକୁ ନୁଆ ରୂପରେ ଦର୍ଶକଙ୍କୁ ଭେଟିଦେବେ । ତେବେ ଏହାର ନାଁରେ ପରିବର୍ତ୍ତନ କରି ଏହାକୁ ‘  ’ ନାଁ ଦେଇଛନ୍ତି । ଏହି ମ୍ୟୁଜିକାଲର ପ୍ରମିୟମ୍ ସୋ ପ୍ରଥମେ ଆମେରିକାର ସୈନ୍ ଡିଏଗୋ ସ୍ଥିତ ଓଲ୍ଡ ଗ୍ଲୋବ୍ ଥିଏଟରରେ ହେବ । ଏହା ଆଦିତ୍ୟ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି ।

ତେବେ ଡିଡିଏଲଜେର ସ୍ମୃତିକୁ ମନେପକାଇଛନ୍ତି କାଜୋଲ । ଆଉ ଟ୍ୱିଟରରେ ନିଜ ଅନୁଭୂତିକୁ ସେୟାର କରିଛନ୍ତି । କାଜୋଲ ଲେଖିଛନ୍ତି ଯେ, ‘ ୨୬ ବର୍ଷ ପୂର୍ବରୁ ସିମରନ୍ ଟ୍ରେନରେ ଚଢିଥିଲା । ଆଜି ବି ଦର୍ଶକଙ୍କ ଭଲ ପାଇବାକୁ ମନେପକାଇ କୃତଜ୍ଞତା ଜଣାଉଛନ୍ତି ।’