କନକ ବ୍ୟୁରୋ : ପେଣ୍ଡିଂ କେସକୁ ତୁରନ୍ତ ସାର, କ୍ରିମିନାଲଙ୍କୁ ଗିରଫ କର । ନିର୍ବାଚନ ପାଇଁ ଭୁବନେଶ୍ୱର ଏଣ୍ଟ୍ରି ପଏଣ୍ଟ୍ ଜଗିବ ପୋଲିସ, ଗାଡିରେ ଟଙ୍କା ନେଇ ଯାଉଥିଲେ ଧରାଯିବ । ରାଜଧାନୀର ସମସ୍ତ ଥାନା ଅଧିକାରୀଙ୍କୁ ଏଭଳି କିଛି ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ।

ଆଜି ଭୁବନେଶ୍ୱର ଟ୍ରାଫିକ ଥାନା ଅଡିଟୋରିୟମରେ ବସିଥିବା ବୈଠକରେ ରାଜଧାନୀର ସବୁ ଥାନାରେ କେତେ ମାମଲା ରହିଛି, କେତେ ମାମଲାରେ ଦୋଷୀଙ୍କୁ ଦଣ୍ଡ ମିଳିଛି, କେତେ ମାମଲାରେ ଅପରାଧୀ ଧରାପଡିନାହାନ୍ତି ତାର ସଂପୂର୍ଣ୍ଣ ତଥ୍ୟ ନେଇଛନ୍ତି ଡିସିପି ପ୍ରତୀକ ସିଂ । ସମସ୍ତ ଥାନା ଅଧିକାରୀଙ୍କୁ ରାଜଧାନୀରେ ଅପରାଧ ନିୟନ୍ତ୍ରଣ ନେଇ ସେ ତାଗିଦ ମଧ୍ୟ କରିଛନ୍ତି । ରାଜଧାନୀରେ ରାତି ଚେକିଂ ବଢାଇବା ସହ ଖଟି, ମଦ ପିଇବା ଓ ମଦ ପିଇ ଗାଡି ଚଳାଉଥିବା ଲୋକଙ୍କ ଉପରେ ନଜର ରଖିବାକୁ କୁହାଯାଇଛି । ନିର୍ବାଚନ ସମୟରେ ଟଙ୍କା କାରବାର ଉପରେ ଲଗାମ ଲଗାଇବା ପାଇଁ ଯାଞ୍ଚକୁ କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।