ସ୍କାଏ କିଙ୍ଗ ଠକେଇ ମାମଲାରେ ଆକାଶ ପାଠକଙ୍କୁ ଜେରା ବେଳେ ମିଳିଛି ତଥ୍ୟ: ଖୁବ୍ ଶୀଘ୍ର ତଦନ୍ତ ନିର୍ଣ୍ଣାୟକ ମୋଡରେ ପହଞ୍ଚିବ ବୋଲି ଡିସିପିଙ୍କ ସୂଚନା

Advertisment
ସ୍କାଏ କିଙ୍ଗ ଠକେଇ ମାମଲାରେ ଆକାଶ ପାଠକଙ୍କୁ ଜେରା ବେଳେ ମିଳିଛି ତଥ୍ୟ: ଖୁବ୍ ଶୀଘ୍ର ତଦନ୍ତ ନିର୍ଣ୍ଣାୟକ ମୋଡରେ ପହଞ୍ଚିବ ବୋଲି ଡିସିପିଙ୍କ ସୂଚନା

କନକ ବ୍ୟୁରୋ: ସ୍କାଏ କିଙ୍ଗ ଟଙ୍କା ଜାଲିଆତି ଘଟଣାରେ ୪ ଦିନିଆ ରିମାଣ୍ଡରେ ନେଇ ଆକାଶ ପାଠକଙ୍କୁ ପଚରାଉଚରା କରିଛି କମିନରେଟ ପୁଲିସ ଆଜି ରିମାଣ୍ଡର ଶେଷ ଦିନ । ରିମାଣ୍ଡ ସରିବା ପରେ ଆସନ୍ତାକାଲି ତାଙ୍କୁ କୋର୍ଟରେ ହାଜର କରାଯିବ । ତେବେ ଖାରବେଳନଗର ଥାନାରେ ଯେଉଁ ମାମଲା ହୋଇଥିଲା , ସେ ନେଇ ଅଧିକ ତଥ୍ୟ ପ୍ରମାଣ ସଂଗ୍ରହ କରିବାକୁ ଆକାଶଙ୍କୁ ରିମାଣ୍ଡରେ ନେଇଥିଲେ ।

ଯେଉଁ ଉଦେଶ୍ୟରେ ଆକାଶକୁ ନେଇଥିଲେ ତାହା ବହୁ ପରିମାଣରେ ସଫଳ ହୋଇଛି ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ । ମାମଲାର ତଦନ୍ତ ଅଗ୍ରସର ହୋଇଛି । ଖୁବ ଶୀଘ୍ର କେସଟି ନିର୍ଣ୍ଣାୟକ ମୋଡରେ ପହଚିଂବ ବୋଲି ଡିସିପି କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe