କନକ ବ୍ୟୁରୋ: ରାଜଧାନୀରେ ରକ୍ତ ଚରିତ୍ର ଖବର ପ୍ରସାରଣ ପରେ ପଦକ୍ଷେପ । କନକ ନ୍ୟୁଜକୁ ଡିସିପି ଉମାଶଙ୍କର ଦାସଙ୍କ ପ୍ରତିକ୍ରିୟା । କହିଲେ, ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ । ଭିଡିଓରେ ଥିବା ଚେହେରାକୁ ଚିହ୍ନଟ କରାଯାଉଛି । ୪ଜଣ ଗିରଫ ହୋଇଛନ୍ତି ଖୁବଶୀଘ୍ର ସମସ୍ତ ଅପରାଧୀକୁ ଗିରଫ କରାଯିବ ।
ରାଜଧାନୀର ରାଜରାସ୍ତାରେ ଖୁଲମଖୁଲା ଚାଲୁଛି ଦାଦାଗିରି । ହାତରେ ଖଣ୍ଡା, ବନ୍ଧୁକ ଧରି ଅସାମାଜିକ ଯୁବକ ମାନେ ଆରମ୍ଭ କରିଦେଉଛନ୍ତି ରାଜୁତି । ମାରଣାସ୍ତ୍ର ସହ ନାଚୁଛନ୍ତି, ଆଉ ତାର ଭିଡିଓ ବି କରୁଛନ୍ତି । ପୁରା ଫିଲ୍ମ ଷ୍ଟାଇଲରେ ଚକ୍କର କାଟି କମିଶନରେଟ ପୋଲିସକୁ ଚ୍ୟାଲେଞ୍ଜ ଦେଉଛନ୍ତି ଏହି ଅପରାଧୀ । ଏକ ବନ୍ଧୁକ ଲୁଟ୍ ମାମଲାର ପର୍ଦ୍ଦାଫାଶ ବେଳେ ଏପରି ଚାଞ୍ଚଲ୍ୟକର ଭିଡିଓ ସାମ୍ନାକୁ ଆସିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/26-37.jpg)