କନକ ବ୍ୟୁରୋ: କଟକ ଡି-ବ୍ରଦର୍ସଙ୍କ ଘରେ ଦ୍ୱିତୀୟ ଦିନରେ ବି ଚଢାଉ କରିଛି ପୁଲିସ । କଟକ ଡି-ବ୍ରଦର୍ସଙ୍କ ବେଆଇନ୍ ବନ୍ଧୁକ କାବରାର ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରି କଟକ ଡିସିପି କହିଛନ୍ତି ବନ୍ଧୁକ ରଖିବା ପାଇଁ ଧଳସାମନ୍ତଙ୍କ ଘରେ କରାଯାଇଥିଲା ଗୁପ୍ତ କୋଠରୀ । ଆଜି ସାନଭାଇ ସୁଶୀଲକୁ ଆଣି ଜେରା କରୁଛି କମିଶନରେଟ୍ ପୋଲିସ୍ । ଗତକାଲି ସିକ୍ରେଟ ଚାମ୍ବରୁ ମିଳିଥିଲା ଟଙ୍କା, ବନ୍ଧୁକ ଓ ଗୁଳି । ଗ୍ୟାଙ୍ଗଷ୍ଟର ଡି-ବ୍ରଦର୍ସଙ୍କୁ ତିନି ଦିିନିଆ ରିମାଣ୍ଡରେ ନେଇ ଜେରା କରୁଛି ପୁଲିସ୍ ।
ଡି-ବ୍ରଦର୍ସଙ୍କ ଘରେ ଗୁପ୍ତ କୋଠରୀ । ଧଳସାମନ୍ତଙ୍କ ଘରୁ ବନ୍ଧୁକ ଓ ଗୁଳି ଜବତ ଘଟଣାରେ ସାମ୍ବାଦିକ ସମ୍ମିଳନୀ କରି ଗୁପ୍ତ କୋଠରୀ କଥା କହିଲେ କଟକ ଡିସିପି
Advertisment
Follow Us