କରୋନାକୁ ନେଇ ଏକ ବଡ ଖବର ଆସିଛି । ଚର୍ମରୋଗ ବିରୋଧରେ ବ୍ୟବହାର ହେଉଥିବା ଏକ ଇଂଜେକ୍ସନକୁ କରୋନା ଆକ୍ରାନ୍ତଙ୍କ ଉପରେ ପ୍ରୟୋଗ ପାଇଁ ମିଳିଛି ଅନୁମତି । ଦୀର୍ଘଦିନ ହେଲା ଚର୍ମରୋଗ ସୋରିଆସିସ ବିରୋଧରେ ପ୍ରୟୋଗ ହୋଇଆସୁଥିଲା ଇଟୋଲିଜୁମାବ ଇଂଜେକ୍ସନ । ଏବେ ମଧ୍ୟମଧରଣର ଓ ଅତି ଜଟିଳ କରୋନା ଆକ୍ରାନ୍ତଙ୍କ ବିରୋଧରେ ଏହି ଇଂଜେକ୍ସନର ନିୟନ୍ତ୍ରିତ ପ୍ରୟୋଗ ପାଇଁ ଅନୁମତି ଦେଇଛି ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅପ ଇଣ୍ଡିଆ - ଡିସିଜିଆଇ । କରୋନା ଭୂତାଣୁ ଆକ୍ରାନ୍ତଙ୍କ ଶ୍ୱାସକ୍ରିୟା ଉପରେ ପ୍ରଭାବ ପକାଉଥିବାରୁ ଏହି ଇଂଜେକ୍ସନ ବିଶେଷ ଫଳପ୍ରଦ ହେବା ଆଶା କରାଯାଉଛି । ଏହାର କ୍ଲିନିକାଲ ଟ୍ରାଏଲ ବା ନୈଦାନିକ ପରୀକ୍ଷଣରୁ ସୁଫଳ ମିଳିବା ପରେ ଏହି ଅନୁମତି ଦିଆଯାଇଛି ।/kanak/media/post_attachments/wp-content/uploads/2020/07/injection-300x200.jpg)
ସେପରେ ଦେଶରେ ୮ ଲକ୍ଷ ଅତିକ୍ରମ କଲା ଆକ୍ରାନ୍ତ ସଂଖ୍ୟା । ଗତ ୨୪ ଘଂଟାରେ ଦେଶରେ ୨୭ ହଜାର ୧୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଉ ୫୧୯ ଜଣଙ୍କ ମୁଣ୍ଡ ନେଇଛି କୋଭିଡ୍ ୧୯ ଭୂତାଣୁ । ଏହାକୁ ମିଶାଇ ଦେଶରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୮ ଲକ୍ଷ ୨୦ ହଜାର ୯୧୬ରେ ପହଁଚି ଯାଇଛି । ସେହିପରି ସାରା ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୨ ହଜାର ଅତିକ୍ରମ କରିଛି । ୫୧୯ ନୂଆ ମୃତକଙ୍କୁ ମିଶାଇ ଦେଶରେ ମୋଟ୍ ମୃତ୍ୟୁ ସଂଖ୍ୟା ୨୨ ହଜାର ୧୨୩ ହୋଇଯାଇଛି । ଦେଶରେ ଏବେ ୨ ଲକ୍ଷ ୮୩ ହଜାର ୪୦୭ ଜଣ ନୂଆ ଆକ୍ଟିଭ୍ କେସ୍ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/07/33-1.jpg)