ଖୁବଶୀଘ୍ର ଆରମ୍ଭ ହେବ କୋବୋଭ୍ୟାକ୍ସ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ । ଡିସିଜିଆଇ ଦେଲା ମଞ୍ଜୁରୀ ।

248

କନକ ବ୍ୟୁରୋ : ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ ତରଫରୁ କରୋନା ଭୂତାଣୁର ସମ୍ଭାବିତ ଟିକା କୋବୋଭ୍ୟାକ୍ସର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏହି ପରୀକ୍ଷଣ ବିନା ପ୍ଲୋସିବୋରେ କରାଯିବ । କହିରଖୁ କି ପ୍ଲେସିବୋ ନିୟନ୍ତ୍ରିତ ପରୀଣରେ କିଛି ସ୍ୱେଚ୍ଛାସେବୀଙ୍କୁ ମେଡିସିନ ବା ଟିକା ଦିଆଯାଏ ଓ କିଛି ଲୋକଙ୍କୁ କେବଳ ପ୍ଲେସିବୋ ଦିଆଯାଇଥାଏ । ଗବେଷକ ମାନଙ୍କ ମତରେ ମାନବ ଶରୀରରେ ପରୀକ୍ଷଣ ଦ୍ୱାରା ଟିକାର ପ୍ରଭାବ ପ୍ରତିଶତ ଜଣାପଡିଥାଏ  । ସୂଚନା ମୁତାବକ ଏବେ ଦେଶର ୨୦ ଟି ସ୍ଥାନରେ ୧୮ ବର୍ଷରୁ ଅଧିକ ୧୮ ହଜାର ଲୋକଙ୍କ ଠାରେ ଏହି ଟିକା ପରୀକ୍ଷଣ କରାଯିବ ।

ଆଇସିଏମଆର ଓ ଏନଏଓଆରଆଇର ମୁଖ୍ୟ ଗବେଷକ ଡ. ଅଭିଜିତ କଦମ୍ ସୂଚନା ଦେଇଛନ୍ତି କି କୋବୋଭ୍ୟାକ୍ସର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଜୁନ ମାସର ମଧ୍ୟମରେ ଆରମ୍ଭ ହେବ ବୋଲି ଆଶା କରାଯାଉଛି । ଏହାସହ ଏହି ପରୀକ୍ଷଣରେ ଭାଗନେବାକୁ ଥିବା ସ୍ୱେଚ୍ଛାସେବୀ ମାନଙ୍କର ଡାଟା ବି ପ୍ରସ୍ତୁତ କରାଯାଉଛି । କଦମ କହିଛନ୍ତି କି ଯେତେବେଳେ ୨୦୦ ସ୍ୱେଚ୍ଛାସେବୀଙ୍କର ଡାଟା ମନିଟରିଂ ବୋର୍ଡ ପାଖରେ କମ୍ପାନୀ ରଖିବ, ତା ପରେ ଏହି ଟିକାକୁ ମଞ୍ଜୁରୀ ମିଳିବ ।

୨୦୨୦ ଅଗଷ୍ଟ ମାସରେ ଆମେରିକା କମ୍ପାନୀ ନୋବାଭ୍ୟାକ୍ସ ଭାରତୀୟ କମ୍ପାନୀ ଏସଆଇଆଇ ସହ ଏନବିଏଫ୍ସ- ସିଓବି ୨୩୭୩ କୁ ପ୍ରସ୍ତୁତ କରି ତାହାକୁ ମଧ୍ୟମ ଓ ନିମ୍ନ ଆୟଯୁକ୍ତ ଦେଶ ମାନଙ୍କୁ ବିକ୍ରି କରିବାକୁ ଲାଇସେନ୍ସ ପାଇଥିଲା । ନୋଭାଭ୍ୟାକ୍ସ ବ୍ରିଟେନରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ରିପୋର୍ଟ ଦାଖଲ କରିଥିଲା । ଏଥିରେ ଦାବି କରାଯାଇଥିଲା କି ଏହି ଟିକା କରୋନା ଭୂତାଣୁରୁ ଲୋକଙ୍କୁ ରକ୍ଷା କରିବାରେ ୮୯.୭ ପ୍ରତିଶତ ପ୍ରଭାବି ।