କନକ ବ୍ୟୁରୋ : ଆଇପିଏଲର ୨୯ ତମ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ପଞ୍ଜାବ କିଙ୍ଗସ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଏହି ହାଇଭୋଲଟେଜ୍ ମୁକାବିଲା । ତେବେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛି ଦିଲ୍ଲୀ କ୍ୟାପିଟାଲ୍ସ ।
ଅନ୍ୟପଟେ ପଞ୍ଜାବ କିଙ୍ଗସକୁ ଲାଗିଛି ବଡ଼ ଝଟକା । ଦଳର ଅଧିନାୟକ କେଏଲ ରାହୁଲ ଆଇପିଏଲର ୧୪ତମ ସଂସ୍କରଣ ଅର୍ଥାତ ଚଳିତ ସିଜିନରୁ ବାହାରି ଯାଇଛନ୍ତି । ରାହୁଲଙ୍କୁ ଆପେଣ୍ଡିକ୍ସ ହୋଇଥିବା ବେଳେ ତାଙ୍କୁ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବଂ ଖୁବ ଶୀଘ୍ର ତାଙ୍କର ଅପରେସନ୍ ହେବାକୁ ଯାଉଥିବା ସୂଚନା ମିଳିଛି । ତେବେ ରାହୁଲଙ୍କ ଅନୁପସ୍ଥିତିରେ ଦଳର ନେତୃତ୍ୱ ନେଉଛନ୍ତି ଯୁବ ତାରକା ମୟଙ୍କ ଅଗ୍ରୱାଲ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/DMIPL11809-1.jpg)