ଆଇପିଏଲ ଫାଇନାଲରେ ମୁମ୍ବାଇକୁ ଭେଟିବ ଦିଲ୍ଲୀ । ଏଲିମିନେଟରରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ଫାଇନାଲକୁ ଟିକେଟ କାଟିଲା ଦିଲ୍ଲୀ କ୍ୟାପିଟାଲ୍ସ

ଧୱନ ଓ ଷ୍ଟୋଇନିସଙ୍କ ଦମଦାର ବ୍ୟାଟିଂ ଦେଲା ବିଜୟ

181

କନକ ବ୍ୟୁରୋ: ଚଳିତ ଆଇପିଏଲ ଫାଇନାଲରେ ପରସ୍ପରର ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ  । ରବିବାର ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ଫାଇନାଲରେ ପହଂଚିଛି ଦିଲ୍ଲୀ କ୍ୟାପିଟାଲ୍ସ  । ଉଭୟ ବ୍ୟାଟିଂ ଓ ବୋଲିଂରେ ଚମକ୍ରାର ପ୍ରଦର୍ଶନ କରି ହାଇଦ୍ରାବାଦକୁ ପରାସ୍ତ କରିଛି ଦିଲ୍ଲୀ  । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା ଦିଲ୍ଲୀ  । ଆରମ୍ଭରୁ ଓପନିଂ ଯୋଡ଼ି ଶିଖର ଧୱନ ଓ ମାର୍କ ଷ୍ଟାଇନିସ୍ ଧୂଆଁଧାର ବ୍ୟାଟିଂ ଆରମ୍ଭ କରିଦେଇଥିଲେ  । ଧୱନ ୫୦ ବଲରୁ ୭୮ରନର ଇନିଙ୍ଗସ୍ ଖେଳିଥିଲେ  । ସେହିପରି ଷ୍ଟୋଇନିସ୍ ୩୮ ରନ୍ କରିଥିଲେ  । ଯୁବ ବ୍ୟାଟ୍ସମ୍ୟାନ ସିମ୍ରନ ହେଥମାୟାର ଶେଷବେଳକୁ ଆକ୍ରମଣାତ୍ମକ ବ୍ୟାଟିଂ କରି ଦିଲ୍ଲୀ ସ୍କୋରକୁ ଆଗକୁ ବଢ଼ାଇଥିଲେ  ।

ହେଥମାୟାର ୨୨ ବଲରୁ ୪୨ ରନ୍ କରିଥିଲେ  । ଫଳରେ ଦିଲ୍ଲୀ ୩ ୱିକେଟ ହରାଇ ୧୮୯ ରନର ବିଶାଳ ସ୍କୋର କରିଥିଲା  । ଜବାବରେ ସନରାଇଜର୍ସ ହାଇଦ୍ରବାଦ ଇନିଙ୍ଗସ୍ ଆରମ୍ଭରୁ ଝଟକା ସହିଥିଲା  । ଦଳୀୟ ସ୍କୋର ମାତ୍ର ୧୨ ରନ୍ ଥିବା ବେଳେ ଅଧିନାୟକ ତଥା ଷ୍ଟାର ବ୍ୟାଟସମ୍ୟାନ ଡେଭିଡ୍ ୱାର୍ଣ୍ଣର ଆଉଟ୍ ହୋଇଯାଇଥିଲେ  । ତେବେ କେନ୍ ୱିଲିୟମ୍ସ ଓ ଅବଦୁଲ ସମଦଙ୍କ ଲଢ଼ୁଆ ବ୍ୟାଟିଂ ହାଇଦ୍ରାବାଦ ପାଇଁ କିଛିଟା ଆଶା ସଂଚାର କରିଥିଲା  । ୱିଲିୟମ୍ସ୪୫ ବଲରୁ ୫ ଚୌକା, ୪ ଛକା ସାହାଯ୍ୟରେ ୬୭ ରନ୍ କରିଥିଲେ  । ସେହିପରି ଅବଦୁଲ ସମଦ୧୬ ବଲରୁ ୩୩ ରନ୍ କରିଥିଲେ  । ହେଲେ ଟାର୍ଗେଟ୍ ୧୯୦ ପହଂଚିପାରି ନଥିଲା ହାଇଦ୍ରାବାଦ  । ଦିଲ୍ଲୀ ଏହି ମ୍ୟାଚକୁ ୧୭ ରନରେ ବିଜୟୀ ହୋଇଥିଲା ।