ଶିଖର ଧୱନଙ୍କ ଦମଦାର ଶତକ । ୧୬୪ ରନ କଲା ଦିଲ୍ଲୀ । ପଞ୍ଜାବ ଆଗରେ ୧୬୫ ରନର ବିଜୟ ଲକ୍ଷ୍ୟ । 

51

କନକ ବ୍ୟୁରୋ : ଆଜିର ମ୍ୟାଚରେ ଶିଖର ଧୱନଙ୍କ ଦମଦାର ଅର୍ଦ୍ଧଶତକ ଦେଖିବାକୁ ମିଳିଛି । ଫଳରେ ଏହି ମ୍ୟାଚରେ ୧୬୪ ରନ କରିବାରେ ସକ୍ଷମ ହୋଇଛି ଦିଲ୍ଲୀ ଟିମ୍ । ଏହାସହ ପଞ୍ଜାବ ଆଗରେ ୧୬୫ ରନର ବିଜୟ ଲକ୍ଷ୍ୟ ରହିଛି । ଏବେ ପଞ୍ଜାବ ଦଳ ମୈଦାନକୁ ଓହ୍ଲାଇବ । ଦଳକୁ ଏହି ମ୍ୟାଚ ଜିତିବାକୁ ହେଲେ ଆରମ୍ଭରୁ ବଡ ସଟ ଖେଳିବାକୁ ହେବ ।

ଏହି ମ୍ୟାଚରେ ଟସ୍ ଜିତି ଦିଲ୍ଲୀ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ଦିଲ୍ଲୀ ପକ୍ଷରୁ ଦୁଇ ଓପନର ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିଲେ । ଦଳ ପକ୍ଷରୁ ଏହି ମ୍ୟାଚରେ ଶିଖର ଧୱନ ଶତକ ହାସଲ କରିଛନ୍ତି । ଏହାସହ ଶିଖର ଲଗାତାର ୨ଟି ଶତକ କରି ଇତିହାସ ସୃଷ୍ଟି କରିଛନ୍ତି । ଫଳରେ ଦଳ ୨୦ ଓଭରରେ ୫ ୱିକେଟ ୧୬୪ ରନ କରିବାରେ ସକ୍ଷମ ହୋଇଛି ।

ଏବେ ୧୬୫ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇବ ପଞ୍ଜାବ ଦଳ । ପଞ୍ଜାବରେ କେଏଲ ରାହୁଲ, ମୟଙ୍କ ଅଗ୍ରୱାଲ, କ୍ରିସ ଗେଲଙ୍କ ଭଳି ଦମଦାର ଖେଳାଳି ରହିଛନ୍ତି । ସେହିପରି ଦଳ ପାଇଁ ଏହି ମୟାଚ ଗୁରୁତ୍ୱପୂର୍ଣ୍ଣ ରହିବ ।

Comments are closed.